www.samajalive.in
Saturday, December 6, 2025
17.1 C
Bhubaneswar

୨୮ ଚୋରି ବାଇକ୍ ଜବତ, ୬ ଚୋରଙ୍କୁ ଗିରଫ କଲା ପୁଲିସ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୁଲିସ ୨୮ଟି ଚୋରା ବାଇକ୍ ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଗତ ୨୩ ତାରିଖରେ ପରିବା କିଣିବାକୁ ଆସିଥିବା  ଜୟପ୍ରତାପ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି ହୋଇଥିଲା । ଏ ସମ୍ପର୍କରେ ସେ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସବ୍‍ ଇନ୍ସପେକ୍ଟର ଗଙ୍ଗାଧର ମଲ୍ଲିକ ପୂର୍ବରୁ ବାଇକ ଚୋରି ମାମଲାରେ ଜେଲ ଯାଇ ଫେରିଥିବା ମୁକେଶ ବର୍ଗେଙ୍କୁ ସନ୍ଦେହରେ ଥାନାରେ ପଚରା ଉରା କରିଥିଲେ । ଏହାପରେ ବାଇକ୍ ଚୋରି ରାକେଟ ସମ୍ପର୍କରେ ସୂଚନା ମିଳିଥିଲା ।  ମୁକେଶ ଓ ତାଙ୍କ ସମ୍ପର୍କିୟ ବେଲପଡା ଥାନା ଅନ୍ତର୍ଗତ ଖଲଖଲି ଗ୍ରାମର ସତ୍ୟନାରାୟଣ ମାଝି, ସେହି ଗାଁର ପୀତବାସ ବାଗ, ରମେଶ ମାଝି, ଧୁମାଭଟାର ତ୍ରିଲୋଚନ ରାଉତ ଓ କଣ୍ଟାବାଞ୍ଜି ସତନାମୀ ପଡାର ସଂକିର୍ତ୍ତନ ସତନାମୀ ମିଳିମିଶି ଗୁଡ଼ାଏ ବାଇକ ଚୋରି କରିଥିବା ସୂଚନା ମିଳିଥିଲା। ସେମାନଙ୍କଠାରୁ ୨୮ଟି ବାଇକ ଜବତ ହୋଇଛି ।  ମାଷ୍ଟର ମାଇଣ୍ଡ ମୁୁକେଶ ବର୍ଗେଙ୍କ ସମେତ ସମ୍ପର୍କିୟ ସତ୍ୟନାରାୟଣ ମାଝୀ ଓ ପୀତବାସ ବାଗଙ୍କୁ ଚୋରି ରେ ସଂପୃକ୍ତ ଥିବା ପ୍ରମାଣ ପରେ ସେମାନଙ୍କୁ ଗିରଫ କରାଯାଇଥିଲା । ଏହା ସହ ବାଇକ୍ଚା ଲାଣରେ ସହାୟତା କରୁଥିବା ରମେଶ ମାଝୀ, ସଙ୍କୀର୍ତ୍ତନ ସତନାମୀ ଓ ତ୍ରିଲୋଚନ ରାଉତଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories