ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭,୨୫୪ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକ ମଧ୍ୟରେ ୨୧୯ କରୋନା ଜନିତ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୩୨,୬୪,୧୭୫ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩,୨୪,୪୭,୦୩୨ ଜଣ ସୁସ୍ଥ ହୋଇସାରିଛନ୍ତି। ଦେଶରେ ସଂପ୍ରତି ୩,୭୪,୨୬୯ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଇତିମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୨,୮୭୪କୁ ବୃଦ୍ଧିପାଇଛି। ରବିବାର ସଂଧ୍ୟା ସୁଦ୍ଧା ମୋଟ ୭୪,୩୮,୩୭,୬୪୩ ପାନ କୋଭିଡ ଟିକା ଦିଆଯାଇଛି।
Popular Categories



