ପୁରୀ : ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି। ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ପର୍ଯ୍ୟଟନ ସହର ପୁରୀ । ବର୍ଷାରେ ବେହାଲ ସାରା ସହର। ପ୍ରବଳ ବର୍ଷା ଯୋଗୁଁ ପୁରୀର ସବୁ ଶିକ୍ଷାନୁଷ୍ଠାନରେ ପାଣି। ଏଥିଯୋଗୁଁ ଆଜି ବିଦ୍ୟାଳୟ ଗୁଡ଼ିକ ବନ୍ଦ ପାଇଁ ପ୍ରଶାସନର ନିର୍ଦ୍ଦେଶଦେଇଛି। ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିବା ଫଳରେ ଜଳବନ୍ଦୀ ଲୋକଙ୍କୁ ସ୍ଥାନାନ୍ତର ଉଦ୍ୟମ ଆରମ୍ଭ ହୋଇସାରିଛି। ପ୍ରାୟ ୩୦ ହଜାର ଅଧିବାସୀ ଜଳବନ୍ଦୀ। ସହରର ୧୧ ଏବଂ ଆଖପାଖ ଅଂଚଳର ୧୫ ଗ୍ରାମରେ ଢେଉ ଭାଙ୍ଗୁଛି ବର୍ଷା ପାଣି। ତିନିଦିନ ଧରି ପ୍ରବଳ ବର୍ଷା ଲାଗି ରହିବା ଫଳରେ ଜିଲ୍ଲାର ବିଭିନ୍ନ ନଦୀରେ ଜଳପତ୍ତନ ବୃଦ୍ଧି ହୋଇଛି।
ଏହାସହ ନୂଆ ଗାଇଡଲାଇନ ଅନୁଯାୟୀ ଆଜି ଶ୍ରୀ ମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ। ସକାଳ ୭ ରୁ ରାତି ୯ ଟା ପର୍ୟ୍ୟନ୍ତ ଦର୍ଶନ କରିବେ। ସମସ୍ତ କୋଭିଡ କଟକଣା ବଳବତ୍ତର ରହିବ। ସୋମବାର ଠାରୁ ଶନିବାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ।
ଆଜି ଠାରୁ ଆନଂଦ ବଜାରରେ ମହାପ୍ରସାଦ ଖାଇବାକୁ ଅନୁମତି ମିଳିଥିବା ବେଳେ ବର୍ଷାଯୋଗୁଁ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ବାମନ ଜନ୍ମ ତିଥିରେ ଆଗାମୀ ୧୭ ତାରିଖ ଦିନ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।
ପ୍ରବଳ ବର୍ଷାରେ ବେହାଲ ପୁରୀ
Popular Categories



