www.samajalive.in
Monday, December 8, 2025
13.1 C
Bhubaneswar

ବ୍ରିଟେନ ସଂସଦ ନିର୍ବାଚନରେ ଚମକିଲେ ଭାରତୀୟ ବଂଶୋଦ୍ଭବ: ୨୬ ଭାରତୀୟ ବଂଶୋଦ୍ଭବ ବିଜୟୀ

ଲଣ୍ଡନ: ବ୍ରିଟେନ ପାର୍ଲାମେଣ୍ଟର ନିମ୍ନ ସଦନ (ହାଉସ୍ ଅଫ୍ କମନ୍ସ) ପାଇଁ ନିର୍ବାଚନରେ ୨୬ ଜଣ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ୧୦୭ଜଣ ଭାରତୀୟ ବଂଶୋଦ୍ଭବ ନିର୍ବାଚନ ଲଢିଥିଲେ। ୨୦୧୯ ନିର୍ବାଚନରେ ବ୍ରିଟେନ ପାର୍ଲାମେଣ୍ଟକୁ ୧୫ଜଣ ଭାରତୀୟ ବଂଶୋଦ୍ଭବ ନିର୍ବାଚିତ ହୋଇଥିବାବେଳେ ଏଥିର ଏହି ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ନିର୍ବାଚନରେ ବିଜୟୀ ହୋଇଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବ ଓ କେରଳର ମୂଳ ବାସିନ୍ଦା। ୨୦୨୧ ଜନ ଗଣନା ଅନୁଯାୟୀ ଇଂଲଣ୍ଡରେ ଏବେ ପ୍ରାୟ ୧୦ଲକ୍ଷ ହିନ୍ଦୁ ଅଛନ୍ତି। ଯାହା ଦେଶର ତୃତୀୟ ବୃହତ ଧାର୍ମିକ ଗୋଷ୍ଠୀ। ନିର୍ବାଚନରେ ବିଜୟୀ ହୋଇଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଅଛନ୍ତି ପ୍ରୀତି ପଟେଲ। ପ୍ରୀତି ୱିଥହାମ ଆସନରୁ କଞ୍ଜରଭେଟିଭ୍ ପାର୍ଟି ପକ୍ଷରୁ ବିଜୟୀ ହୋଇଛନ୍ତି। ପ୍ରୀତି ୨୦୧୦ରୁ ୱିଥହାମ ଆସନରୁ ବିଜୟୀ ହୋଇଆସୁଛନ୍ତି। ପ୍ରୀତି ଗୃହ ବିଭାଗ ସଚିବ ଭାବେ ୨୦୧୯ ଜୁଲାଇରୁ ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ନିର୍ବାଚନ ବିଜୟୀ ହୋଇଥିବା ଅନ୍ୟ ଭାରତୀୟ ବଂଶୋଦ୍ଭବମାନେ ହେଲେ ଶିବାନୀ ରାଜା। ଶିବାନୀ କଞ୍ଜରଭେଟିଭ୍ ପାର୍ଟିରୁ ଲିସେଷ୍ଟର ଇଷ୍ଟରୁ ବିଜୟୀ ହୋଇଛନ୍ତି। ସେହିପରି ପାରେହାମ ଓ ୱାଟରଲୁଭିଲେ ଆସନରୁ ସୁଏଲା ବ୍ରାଭରମ୍ୟାନ ଏବଂ ସାଉଥ ୱେଷ୍ଟ ହାର୍ଟଫୋର୍ଡସାୟାର ଆସନରୁ ଗଗନ ମହିନ୍ଦ୍ରା କଞ୍ଜରଭେଟିଭ୍ ପାର୍ଟି ପକ୍ଷରୁ ବିଜୟୀ ହୋଇଛନ୍ତି। ଲେବର ପାର୍ଟିରୁ ବିଜୟୀ ହୋଇଥିବା ଭାରତୀୟ ବଂଶୋଦ୍ଭବମାନେ ହେଲେ କନିଷ୍କ ନାରାୟଣ, ସୀମା ମାଲହୋତ୍ରା, ଭାଲେରି ଭାଜ, ନଦିଆ ହ୍ବିଟୋମ୍, ପ୍ରୀତ କୌର ଗିଲ୍‌, ତନମାନଜିତ୍ ସିଂହ ଦେଶୀ, ସୋଜାନ ଜୋସେଫ୍, ଲିସା ନନ୍ଦୀ, ନଭେନ୍ଦୁ ମିଶ୍ର, ସତବୀର କୌର, ଜାସ ଅଠୱାଲ, ବାଗି ଶଙ୍କର, ହରପ୍ରୀତ ଉପ୍ପଲ, ୱାରିନ୍ଦର ଜସ୍‌, ଗୁରିନ୍ଦର ଜୋସନ, ସୋନିଆ କୁମାର, ସୁରୀନା ବ୍ରାକେନବ୍ରିଜ୍, କିରିଥ ଏନଟୁଇଷ୍ଟିଲ୍‌ ଓ ଜିଭୁନ ସାନ୍ଧର। ଲିବେରାଲ ଡେମୋକ୍ରାଟ ପାର୍ଟିରୁ ଭାରତୀୟ ବଂଶୋଦ୍ଭବ ଭାବେ ମୁନିରା ୱିଲସନ (ଟ୍ବିକେନହାମ)ରୁ ବିଜୟୀ ହୋଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories