www.samajalive.in
Saturday, December 6, 2025
14.1 C
Bhubaneswar

ନଦୀକୁ ଖସିଲା ବରଯାତ୍ରୀ ବସ; ୨୫ ମୃତ

ରାଜସ୍ଥାନ : ରାଜସ୍ଥାନରେ ବୁନ୍ଦୀରେ କୋଟା ଲାଲସୋଟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୁଧବାର ୨୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଏକ ବରଯାତ୍ରୀ ବସଟି ନଦୀକୁ ଖସିଯିବାରୁ ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। କେତେକ ଆହତ ମଧ୍ୟ ହୋଇଛନ୍ତି।
ସୂଚନା ଯୋଗ୍ୟ, ବୁନ୍ଦୀରେ କୋଟା ଲାଲସୋଟ ରାଜପଥରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ମେଜ ନଦୀରେ ଖସି ଯାଇଥିଲା। ସ୍ଥାନୀୟଲୋକଙ୍କ ମତାନୁଯାୟୀ, ବସରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସଟି ଦ୍ରୁତ ଗତିରେ ଆସୁଥିବାରୁ ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇବାରୁ ନଦୀକୁ ବସଟି ଖସି ପଡ଼ିଥିଲା ବୋଲି ସନ୍ଦେହ କରାଯାଉଛି। । ବସରେ ଥିବା ସମସ୍ତ ଯାତ୍ରୀ କୋଟା ଅଞ୍ଚଳର ବାସୀ ବୋଲି ଜଣାପଡ଼ିଛି। ବରଯାତ୍ରୀମାନେ କୋଟାରୁ ମାୟରା ଯାଉଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories