www.samajalive.in
Monday, December 15, 2025
26.1 C
Bhubaneswar

ରାଜ୍ୟରେ ୨୪୮୭ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦିନକ ମଧ୍ୟରେ ଆଉ ୨୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୪୨୮ ଓ ସ୍ଥାନୀୟ ସଂକ୍ରମିତ ୧୦୫୯ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନଗୁଳ ଜିଲାରୁ ୭୯, ବାଲେଶ୍ୱର ୧୫୭, ବରଗଡ ୨୨, ଭଦ୍ରକ ୧୧୩, ବଲାଙ୍ଗୀର ୧୬ ଏବଂ  ବଉଦ ଜିଲାରୁ ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି କଟକ ଜିଲାରୁ ୪୨୨, ଦେବଗଡ ୯, ଢେଙ୍କାନାଳ ୫୯, ଗଜପତି ୧୧, ଗଞ୍ଜାମ ୧୪ ଏବଂ ଜଗତସିଂହପୁର ଜିଲାରୁ ୧୨୬ ଜଣ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ଜିଲାରୁ ୨୦୨ ଝାରସୁଗୁଡାରୁ ୧୨, କଳାହାଣ୍ଡି ୭, କନ୍ଧମାଳ ୨୩, କେନ୍ଦୁଝର ୬୮ ଓ ଖୋର୍ଦ୍ଧା ଜିଲାରୁ ୪୦୭ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କୋରାପୁଟରୁ ୫୨, ମାଲକାନଗିରି ୫୪, ମୟୁରଭଞ୍ଜ ୧୦୩, ନବରଙ୍ଗପୁର ୨୩, ନୟାଗଡ ୮୦ ଓ ନୂଆପଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ପୁରୀ ଜିଲାରୁ ୧୫୪, ରାୟଗଡା ୨୬, ସମ୍ବଲପୁର ୨୬, ସୋନପୁର ୧୪, ସୁନ୍ଦରଗଡ ୨୮ ଓ ଷ୍ଟେଟପୁଲରୁ ୭୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

- Advertisement -

ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୩୩୨୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୪୧୮୮୬୯୫ ନମୁନା ପରୀକ୍ଷା କରାଯାଇସାରିଛି। ସଂପ୍ରତି ରାଜ୍ୟରେ ୨୮୭୩୦ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories