www.samajalive.in
Friday, December 5, 2025
27.1 C
Bhubaneswar

ଦେଶରେ କମୁଛି ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ୩୪,୭୦୩ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୪,୭୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ୧୧୧ ଦିନ ମଧ୍ୟରେ ସବୁଠାରୁ କମ୍‍ ଦୈନିକ ସଂକ୍ରମଣ ବୋଲି ଜଣାଯାଇଛି। ସେହିଭଳି ଦିନକରେ ୫୧,୮୬୪ ଜଣ କରୋନାରୁ ସୁସ୍ଥ ହୋଇଥିବା ଜଣାଯାଇଛି। ଦୈନିକ ସୁସ୍ଥ ହେବା ସଂଖ୍ୟା ଲଗାତର ୫୪ ଦିନ ଧରି ଆକ୍ରାନ୍ତଙ୍କ ଠାରୁ ଯଥେଷ୍ଟ ଅଧିକ ରହୁଛି।
ଦେଶରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୨,୯୭,୫୨,୨୯୪ ଜଣ ସୁସ୍ଥ ହୋଇସାରିଲେଣି। କରୋନା ସଂକ୍ରମଣରୁ ସୁସ୍ଥ ହେବା ହାର ୯୭.୧୭%କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଦେଶରେ ସାପ୍ତାହିକ ସଂକ୍ରମଣ ହାର ହାରାହାରି ୨.୪% ରହିଥିବା ଜଣାଯାଇଛି। ସେହି ସମୟରେ ଦୈନିକ ସଂକ୍ରମଣ ହାର ହାରାହାରି ୨.୧୧% ରହିଛି ଏବଂ କ୍ରମାଗତ ୧୫ ଦିନ ହେଲା ଏହା ୩% ତଳେ ରହୁଛି।
ଇତିମଧ୍ୟରେ ସମୁଦାୟ ଦେଶରେ ୪୨.୧୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ସେହିଭଳି ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୩୫.୭୫ କୋଟି ପାନ ଟିକା ଦିଆଯାଇସାରିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories