www.samajalive.in
Saturday, December 6, 2025
14.1 C
Bhubaneswar

ସୋମବାରରୁ ସଂସଦର ମୌସୁମୀ ଅଧିବେଶନ; ୧୧ ଅଧ୍ୟାଦେଶ କାର୍ଯ୍ୟକାରୀ କରିବାକୁ ଆସିବ ୨୩ ନୂଆ ବିଲ୍

ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖ (ସୋମବାର)ଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । କରୋନା କଟକଣା ମଧ୍ୟରେ ଭିନ୍ନ ରୂପରେ ବସୁଥିବା ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ ୧୧ଟି ଅଧ୍ୟାଦେଶ ସମ୍ବନ୍ଧୀୟ ୨୩ଟି ନୂଆ ବିଲ୍ ଆସିବ ବୋଲି ସୂଚନା ମିଳିଛି । ସଂସଦର ୧୮ ଦିନିଆ ଅଧିବେଶନ କାଳରେ ଅଧ୍ୟାଦେଶଗୁଡ଼ିକୁ ବିଧେୟକ ରୂପେ ପାସ କରିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ୧୧ ଅଧ୍ୟାଦେଶ ମଧ୍ୟରୁ ଗୋଟିଏ ସ୍ବାସ୍ଥ୍ୟ କର୍ମୀଙ୍କ ବିରୋଧରେ ହିଂସାକୁ ରୋକିବା ସମ୍ବନ୍ଧୀୟ ହୋଇଥିବା ସୂଚନା ମିଳିଛି ।

ଏହି ଅଧ୍ୟାଦେଶରେ କୋଭିଡ଼-୧୯ ମୁକାବିଲା ନିମନ୍ତେ ନିଯୁକ୍ତ ଡ଼ାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟକଳାପ, ସେମାନଙ୍କୁ ଅସୁବିଧାରେ ପକାଇବା ଭଳି କାର୍ଯ୍ୟକୁ ଜାମିନବିହୀନ ଅପରାଧ ଭାବରେ ବିବେଚନା କରାଯାଇଛି । ଏହା ସହ ଏପରି ଅପରାଧ ନିମନ୍ତେ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ୫ ଲକ୍ଷ ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି ।

- Advertisement -

ଅନ୍ୟଏକ ଅଧ୍ୟାଦେଶରେ ୧ ଏପ୍ରିଲ ୨୦୨୦ରୁ ଏକ ବର୍ଷ ନିମନ୍ତେ ସାଂସଦଙ୍କ ବେତନ ୩୦% କାଟିବା ଏବଂ ଏହି ରାଶିକୁ କୋବିଡ଼ ଲଢ଼େଇରେ ବ୍ୟୟ ନିମନ୍ତେ ଉଲ୍ଲେଖ ରହିଛି । ସେହିପରି  ଆଉଏକ  ଅଧ୍ୟାଦେଶରେ କୃଷକମାନଙ୍କୁ କୃଷିଜାତ ସାମଗ୍ରୀ ବିକ୍ରିରେ ସହାୟତା ଦେବା ପାଇଁ ଉଦ୍ଦିଷ୍ଟ । ଏଥିରେ କୃଷକ ଓ ବ୍ୟବସାୟୀଙ୍କୁ ନିଜର ସାମଗ୍ରୀ କିଣାବିକାରେ ସ୍ବାଧୀନତା ଦିଆଯାଇଛି । ଅର୍ଥାତ ଯେଉଁଠି ଅଧିକ ମୂଲ୍ୟ ମିଳିବ ସେଠାରେ କୃଷକ ବା ବ୍ୟବସାୟୀ ନିଜ ସାମଗ୍ରୀ ବିକ୍ରି କରିପାରିବ । ଏଥିରେ କୃଷକମାନେ ଲାଭବାନ ହେବେ ଓ କାରବାରରେ ସ୍ବଚ୍ଛତା ରହିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି ।

ଅନୁରୂପ ଭାବରେ ଜାମ୍ମୁକାଶ୍ମୀର ସରକାରୀ ଭାଷା ବିଧେୟକ ୨୦୨୦ ମଧ୍ୟ ସଂସଦରେ ଆଗତ କରାଯିବ । ଏଥିରେ ଜାମ୍ମୁକାଶ୍ମୀରର ବର୍ତମାନ ସରକାରୀ ଭାଷା ଉର୍ଦୁ ଓ ଇଂରାଜୀ ବ୍ୟତୀତ କାଶ୍ମିରୀ, ଡ଼ୋଗ୍ରି ଓ ହିନ୍ଦିକୁ ମଧ୍ୟ ସାମିଲ କରାଯିବ ।

ଲୋକସଭା ବୁଲେଟିନ ଅନୁସାରେ ଲୋକସଭାରେ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ଅନୁଦାନର ଅନୁପୁରକ ଦାବିର ଆଲୋଚନା ଓ ଗୃହୀତ ନିମନ୍ତେ ଆଗତ କରାଯିବ । ଏହାବ୍ୟତୀତ ବହୁ ରାଜ୍ୟ ସହକାରୀ ସୋସାଇଟି ସଂଶୋଧନ ବିଧେୟକ ୨୦୨୦, ଝାଡ଼ୁଦାରଙ୍କ ନିମନ୍ତେ ଧୋଇବା ସଂକ୍ରାନ୍ତ କାମ ନିଷେଧ ଓ ସେମାନଙ୍କ ପୁନର୍ବାସ ସଂଶୋଧନ ବିଧେୟକ ୨୦୨୦ ମଧ୍ୟ ଆଗତ ହେବ ବୋଲି ସୂଚନା ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories