www.samajalive.in
Friday, December 12, 2025
14.1 C
Bhubaneswar

ଓଡିଶାରେ ୨୦୨୩ ପୁରୁଷ ହକି ବିଶ୍ବକପ

ଭୁବନେଶ୍ବର: ୨୦୨୩ ପୁରୁଷ ହକି ବିଶ୍ବକପ୍ ଓଡିଶାରେ ଅନୁଷ୍ଠିତ ହେବ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶାର ଭୁବନେଶ୍ବର ଏବଂ ରାଉରକେଲାରେ ପୁରୁଷ ହକି ବିଶ୍ବକପର ମ୍ୟାଚ ଖେଳାଯିବ। ଏହା ପୂର୍ବରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ୨୦୧୮ ହକି ବିଶ୍ବକପ ଖେଳାଯାଇଥିଲା। ଭୁବନେଶ୍ବରରେ ୨୦୧୮ ପୁରୁଷ ବିଶ୍ବକପର ସଫଳ ଆୟୋଜନ ପରେ ଦ୍ବିତୀୟ ଥର ଓଡିଶାକୁ ୨୦୨୩ ପୁରୁଷ ବିଶ୍ବକପ୍ ଆୟୋଜନର ସୁଯୋଗ ମିଳିଛି। ୨୦୧୮ରେ କେବଳ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ପୁରୁଷ ବିଶ୍ବକପ ମ୍ୟାଚ ଖେଳାଯାଇଥିବା ବେଳେ ୨୦୨୩ ପୁରୁଷ ବିଶ୍ବକପ କଳିଙ୍ଗ ଷ୍ଟାଡିୟମ ସହ ଷ୍ଟିଲ୍ ସିଟି ରାଉରକେଲାରେ ମଧ୍ୟ ଖେଳାଯିବ। ୨ଟି ଭେନ୍ୟୁରେ ୨୦୧୩ ବିଶ୍ବକପ୍ ଖେଳାଯିବ।୨୦୨୩ ମସିହା ଜାନୁଆରୀ ୧୩ରୁ ୨୯ ମଧ୍ୟରେ ପୁରୁଷ ବିଶ୍ୱ ଆୟୋଜନ ହେବ । ଆୟୋଜକ ଦେଶ ଭାରତ ବିଶ୍ବକପର କେଉଁ ମ୍ୟାଚ କେଉଁଠି ଖେଳାଯିବ ତାହାର ସ୍ଥାନ ନିର୍ଦ୍ଧାରଣ କରିବ ବୋଲି ହକି ମହାସଂଘ ଘୋଷଣା କରିଛି।

ଏଠାରେସୂଚନାଯୋଗ୍ୟ ଆଜି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ୨୦୧୮ ପୁରୁଷ ହକି ବିଶ୍ବକପର ଏକ ବର୍ଷ ପୁର୍ତ୍ତି ଅବସରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ହକି ଇଣ୍ଡିଆ ସଭାପତି ନରିନ୍ଦର ବାତ୍ରା ଏବଂ ରାଜ୍ୟ କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୂଖ ଯୋଗ ଦେଇଥିଲେ। ଏହି ଅବସରରେ ୨୦୧୮ ହକି ପୁରୁଷ ବିଶ୍ବକପର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ହକି ଇଣ୍ଡିଆ ସଭାପତି ନରିନ୍ଦର ବାତ୍ରା।

- Advertisement -

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories