www.samajalive.in
Sunday, December 7, 2025
26.1 C
Bhubaneswar

୨୦୨୧ ଆଇପିଏଲ୍‌ , କିଏ କାହାକୁ ଛାଡ଼ିଲେ?

ସ୍ମିଥ୍‌ଙ୍କୁ ଛାଡ଼ିଲା ରାଜସ୍ଥାନ; ସାମ୍‌ସନ ଅଧିନାୟକ

ନୂଆଦିଲ୍ଲୀ: ୨୦୨୧ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ପାଇଁ ଖେଳାଳି ରଖିବା ଓ ଖେଳାଳିଙ୍କୁ ଛାଡ଼ିବାର ତାଲିକା ଦେବାର ଶେଷତାରିଖ ଜାନୁଆରୀ ୨୦ ବା ବୁଧବାର ଥିଲା। ରାଜସ୍ଥାନ ରୟାଲ୍‌ସ ତା’ର ଅଧିନାୟକ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ଛାଡ଼ିବାର ନିଷ୍ପତ୍ତି ନେଇଛି। ୨୦୨୦ ଆଇପିଏଲ୍‌ରେ ସ୍ମିଥ୍ ୧୪ଟିଯାକ ଲିଗ୍ ମ୍ୟାଚ୍ ଖେଳି ୧୩୧ ଷ୍ଟ୍ରାଇକ୍‌ରେଟ୍‌ରେ ୩ଟି ଅର୍ଦ୍ଧଶତକ ସହ ୩୧୧ ରନ୍ କରିଥିଲେ। ସ୍ମିଥ୍‌ଙ୍କ ସ୍ଥାନରେ କେରଳର ସଞ୍ଜୁ ସାମ୍‌ସନ ରାଜସ୍ଥାନର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ୨୦୨୦ ଆଇପିଏଲ୍‌ରେ ସାମ୍‌ସନ ୧୫୯ ଷ୍ଟ୍ରାଇକ୍‌ରେଟ୍‌ରେ ୩ଟି ଅର୍ଦ୍ଧଶତକ ସହ ସର୍ବାଧିକ ୩୭୫ ରନ୍‌ କରିଥିଲେ। ରାଜସ୍ଥାନ ଛାଡ଼ିଥିବା ଅନ୍ୟ ଖେଳାଳି ହେଲେ ଓସାନେ ଥମାସ୍, ଅଙ୍କିତ ରାଜପୁତ, ଆକାଶ ସିଂହ, ବରୁଣ ଆରୋନ୍, ଅନିରୁଦ୍ଧ ଜୋଶୀ, ଟମ୍ କରନ୍ ଓ ଶଶାଙ୍କ ସିଂହ।

- Advertisement -

ଦିଲ୍ଲୀ କ୍ୟାପିଟାଲ୍‌ସ
୨୦୨୦ର ରନର୍ସଅପ୍ ଦିଲ୍ଲୀ କ୍ୟାପିଟାଲ୍‌ସ ଛାଡ଼ିଥିବା ପ୍ରମୁଖ ଖେଳାଳି ହେଲେ ଜେସନ୍ ରୟ, ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, କିମୋ ପଲ୍‌, ଆଲେକ୍‌ସ କ୍ୟାରି ଓ ସନ୍ଦୀପ ଲାମିଛାନେ।
କିଙ୍ଗ୍‌ସ ଏକାଦଶ ପଞ୍ଜାବ
ଆସନ୍ତା ସଂସ୍କରଣ ପାଇଁ ପଞ୍ଜାବର ଫ୍ରାଞ୍ଚାଇଜି ଛାଡ଼ିଥିବା ପ୍ରମୁଖ ଖେଳାଳି ହେଲେ ଗ୍ଲେନ୍ ମ୍ୟାକ୍ସୱେଲ୍‌, ସେଲ୍‌ଡନ କଟ୍ରେଲ, ଜେମ୍‌ସ ନିସାମ୍, ମୁଜିବ୍‌ ଉର୍ ରେହ୍‌ମାନ, ହାର୍ଡସ ଭିଲ୍ୟୋନ୍, କେ. ଗୌତମ, କରୁଣ ନାୟାର, ଜଗଦ୍ଦୀଶ ସୁଚିତ ଓ ତେଜିନ୍ଦର ସିଂହ।
ମୁମ୍ବଇ ଇଣ୍ଡିଆନ୍‌ସ:
ଆଇପିଏଲ୍‌ ଆରମ୍ଭରୁ ଖେଳୁଥିବା ଶ୍ରୀଲଙ୍କାର ଫାଷ୍ଟବୋଲର ଲାସିଥ୍ ମାଲିଙ୍ଗାଙ୍କୁ ୫ ଥର ଆଇପିଏଲ୍‌ ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି। ମୁମ୍ବଇ ଛାଡ଼ିଥିବା ଅନ୍ୟ ୬ ଖେଳାଳି ହେଲେ ମିଚେଲ ମ୍ୟାକ୍‌କ୍ଲିନାଘାନ୍, ଅଷ୍ଟ୍ରେଲିଆର ୨ ଫାଷ୍ଟବୋଲର ନାଥାନ୍ କୌଲ୍‌ଟର-ନାଇଲ ଓ ଜେମ୍‌ସ ପ୍ୟାଟିନ୍‌ସନ୍, ସେର୍ଫାନ୍ ରଦରଫୋର୍ଡ, ପ୍ରିନ୍‌ସ ବଲୱନ୍ତ ରାୟ ଓ ଦିଗ୍‌ବିଜୟ ଦେଶମୁଖ।

ସନ୍‌ରାଇଜର୍ସ ହାଇଦରାବାଦ:
ସନ୍‌ରାଇଜର୍ସ ଛାଡ଼ିଥିବା ଖେଳାଳିମାନେ ହେଲେ ଫାବିଏନ୍ ଆଲେନ୍, ବି. ସନ୍ଦୀପ, ସଞ୍ଜୟ ଯାଦବ, ବିଲି ଷ୍ଟାନ୍‌ଲେକ୍ ଓ ପୃଥ୍ବୀ ରାଜ୍।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ବିରାଟ କୋହଲିଙ୍କ ଦଳ ଆର୍‌ସିବି ଛାଡ଼ିଥିବା ପ୍ରମୁଖ ଖେଳାଳି ହେଲେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍, ଦକ୍ଷିଣ ଆଫ୍ରିକାର କ୍ରିସ୍ ମରିସ୍ ଓ ଡେଲ୍‌ ଷ୍ଟେନ୍, ଗୁରକିରତ ମାନ୍, ଶିବମ୍ ଦୁବେ, ପାର୍ଥିବ ପଟେଲ, ମୋଇନ୍ ଅଲୀ, ଇସୁରୁ ଉଦାନା, ଉମେଶ ଯାଦବ ଓ ପୱନ ନେଗି।

କଲକାତା ନାଇଟ୍‌ ରାଇର୍ଡସ
ଶାହାରୁଖ୍ ଖାଁଙ୍କ ଦଳ କେକେଆର୍ ଛାଡ଼ିଥିବା ପ୍ରମୁଖ ଖେଳାଳି ହେଲେ ଟମ୍ ବାଣ୍ଟନ୍, ଏମ୍‌. ସିଦ୍ଧାର୍ଥ, ସିଦ୍ଧେଶ ଲାଡ୍‌, କ୍ରିସ୍‌ ଗ୍ରୀନ୍, ନିଖିଳ ନାଏକ ଓ ହାରି ଗର୍ନି।
ଚେନ୍ନଇ ସୁପର କିଙ୍ଗ୍‌ସ
ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଛାଡ଼ିଥିବା ପ୍ରମୁଖ ହେଲେ ହେଲେ ହରଭଜନ ସିଂହ, ସେନ୍‌ ୱାଟ୍‌ସନ, କେଦାର ଯାଦବ, ମୋନୁ କୁମାର, ମୁରଲୀ ବିଜୟ ଓ ପୀୟୁଷ ଚାୱଲା। ତେବେ ଧୋନିଙ୍କ ସହ ସୁରେଶ ରୈନା, ଫାଫ୍ ଡୁ ପ୍ଲେସି ଓ ଡ୍ବେନ୍ ବ୍ରାଭୋ ଦଳରେ ରହିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories