www.samajalive.in
Sunday, December 14, 2025
15.1 C
Bhubaneswar

ମେରଠ ପ୍ରଦେଶ କାର୍ଯ୍ୟକାରିଣୀ ବୈଠକରେ ମେନକା ଓ ବରୁଣ ଅନୁପସ୍ଥିତ

ମେରଠ: ୨୦୧୯ ସାଧାରଣ ନିର୍ବାଚନକୁ ନେଇ ମେରଠଠାରେ ଦୁଇ ଦିନିଆ ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ ମଧ୍ୟ ଦଳର ବରିଷ୍ଠ ପ୍ରମୁଖ ତିନି ନେତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।
କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରୀ ମେନକା ଗାନ୍ଧି, ସୁଲତାନପୁର ସାଂସଦ ବରୁଣ ଗାନ୍ଧି ଓ ବହରାଇଚ ସାଂସଦ ସାବିତ୍ରୀ ବାଇ ଫୁଲେଙ୍କୁ ଏହି ବୈଠରେ ଦେଖିବାକୁ ମିଳି ନଥିଲା। ମୋଦି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ମେନକା ଗାନ୍ଧି ଓ ତାଙ୍କ ପୁଅ ବରୁଣ ଗାନ୍ଧିଙ୍କ ଏଭଳି ବୈଠକରେ ଅନୁପସ୍ଥିତ ରହିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବହରାଇଚ ସାଂସଦ ତଥା ଦଳିତ ନେତା ସାବିତ୍ରିୀ ବାଇ ଦଳ ବିରୋଧୀ ଆଭିମୂଖ୍ୟ ବୈଠକରେ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।
ତେବେ ମେନକା ଗାନ୍ଧି ଓ ବରୁଣ ଗାନ୍ଧିଙ୍କ ଅସନ୍ତୋଷର କାରଣକୁ ନେଇ ଚର୍ଚ୍ଚା ଜୋର ଧରିବାର କାରଣ ମଧ୍ୟ ରହିଛି। ବିଜେପିର ଶୀର୍ଷ ନେତାଙ୍କ ସହ ବରୁଣଙ୍କ ଅସନ୍ତୋଷ ଦୀର୍ଘ ଦିନ ଧରି ଜାରି ରହିଛି। ରାଏବରେଲି ଓ ସୁଲତାନପୁର ନିର୍ବାଚନ କ୍ଷେତ୍ରରେ ଅମୀତ ଶାହଙ୍କ ଗ୍ରସ୍ତ ସମୟରେ ମଧ୍ୟ ବରୁଣ ଗାନ୍ଧି ଉପସ୍ଥିତ ନଥିଲେ। ବରୁଣ ଗାନ୍ଧିଙ୍କ ଏଭଳି ଅସନ୍ତୋଷର କାରଣ ସମ୍ପର୍କରେ ନା’ ସେ ଗଣମାଧ୍ୟମରେ ମୁହଁ ଖୋଲୁଛନ୍ତି ନା’ ଦଳ ଏ ସମ୍ପର୍କରେ କୌଣସି ସୂଚନା ଦେଉଛି। ତେବେ ଏହି ଅସନ୍ତୋଷର କାରଣକୁ ନେଇ ଗଣମାଧ୍ୟମରେ ନାନା ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧି ବରୁଣଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରି ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧିଙ୍କ ଏଭଳି ମନ୍ତବ୍ୟ ସେ ସମୟରେ ଗଣମାଧ୍ୟମଠାରୁ ଆରମ୍ଭ କରି ରାଜ୍ୟବାସୀଙ୍କୁ ବେଶ୍‍ ଆଚମ୍ବିତ କରିଥିଲା। କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଦଳୀୟ ଅଧ୍ୟକ୍ଷ ଅମୀତ ଶାହ ଘୋଷଣା କରିବେ ବୋଲି ସମସ୍ତେ ଆଶା ବାନ୍ଧି ଥିଲେ। ମେନକାଙ୍କ ଏଭଳି ମନ୍ତବ୍ୟ ରାଜନୀତି ଝଡ଼ ସୃଷ୍ଟି କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନଥିଲା। ଫଲରେ ମେନକାଙ୍କ ମନ୍ତବ୍ୟକୁ କେହିଁ ଗୁରୁତ୍ୱ ଦେଇ ନଥିଲେ। ଦଳ ପକ୍ଷରୁ ମେନାଙ୍କ ମନ୍ତବ୍ୟକୁ ଖଣ୍ଡନ କରାଯାଇ ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳୀୟ ସଂଗଠନର ବିସ୍ତାର ପ୍ରକ୍ରିୟାରେ ବରୁଣ ଗାନ୍ଧିଙ୍କୁ ଦଳୀୟ ମହାସଚୀବ ପଦରୁ ହଟାଇ ଦିଆଯାଇ ଥିଲା। ଫଳରେ ସିଧାସଳଖ ମେନକାଙ୍କ ମନ୍ତବ୍ୟକୁ ଖଣ୍ଡନ ନକରି ମଧ୍ୟ ଆଗାମୀ ଦିନରେ ବରୁଣ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହନ୍ତି ଏଭଳି ଏକ ସ୍ପଷ୍ଟ ଧାରଣା ଜନସାଧାରଣଙ୍କୁ ଦଳ ବୁଝାଇ ଦେଇଥିଲା। ଫଳରେ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ବରୁଣ ଗାନ୍ଧି ଭାଗ ନେଇ ନଥିଲେ। ବିଜେପିର କୌଣସି ପ୍ରଚାର ମଞ୍ଚରେ ବରୁଣ ଦୃଶ୍ୟମାନ ହୋଇ ନଥିଲେ।
ବରୁଣଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧି ମଧ୍ୟ ଦଳ ରଣନୀତିକୁ ନେଇ ଅସନ୍ତୋଷ ରହିଛନ୍ତି। ମେରଠ କାର୍ଯ୍ୟକାରିଣୀ ବୈଠକରେ ଅନୁପସ୍ଥିତ ରହି ମେନକା ଗାନ୍ଧି ଦଳ ଉପରେ ଅସନ୍ତୋଷ ସ୍ପଷ୍ଟ ହୋଇଯାଇଛି। ତେବେ କ’ଣ ବରୁଣଙ୍କ ପାଇଁ ମେନକା ଦଳ ଉପରେ ଅସନ୍ତୋଷ ନା’ ଅନ୍ୟ କିଛି ରହିଛି କାରଣ?
ବିଜେପି ମୂଳରୁ ଗାନ୍ଧି ପରିବାର ଉପରେ ଦୋଷ ଲଦି ନିଜ ରାଜନୈତିକ ସ୍ଥିତିକୁ ସୁଦୃଢ କରି ଆସିଛି। ୧୯୮୦ରେ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ ପରେ ମେନକା ଗାନ୍ଧିଙ୍କ ସହ ଇନ୍ଦିରା ଗାନ୍ଧିଙ୍କ ସମ୍ପର୍କରେ ତିକ୍ତତା ଦୃଶ୍ୟମାନ ହେଲା। ଏପରିକି ରାଜୀବ ଗାନ୍ଧି ବିରୋଧରେ ଆମେଠୀରେ ନିର୍ବାଚନ ଲଢିଥିଲେ। ଅବଶ୍ୟ ଏହି ନିର୍ବାଚନରେ ମେନକାଙ୍କୁ ପରାଜିତ ହେବାକୁ ପଡ଼ିଥିଲା।
୧୯୮୮ରେ ମେନକା ବିପି ସିଂହଙ୍କ ଜନତା ଦଳରେ ସାମିଲ ହେଲେ। ୧୯୮୯ରେ ଜନତା ଦଳ ଟିକଟରେ ପିଲିଭିତରୁ ନିର୍ବାଚନ ଲଢି ବିଜୟ ହୋଇ ଲୋକସଭାକୁ ଯାଇଥିଲେ ମେନକା। ୧୯୯୯ରେ ମଧ୍ୟ ନିର୍ଦଳୀୟ ପ୍ରାର୍ଥୀଭାବେ ମେନକା ପିଲିଭିତରୁ ସାଂସଦ ପ୍ରାର୍ଥୀଭାବେ ଛିଡ଼ା ହୋଇ ବିଜୟୀ ହୋଇଥିଲେ ମେନକା।
ସେ ସମୟରେ ବାଜପେୟୀ ସରକାରଙ୍କୁ ମେନକା ସମର୍ଥନ କରି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ୨୦୦୪ରେ ମେନକା ବିଜେପିରେ ଯୋଗ ଦେଲେ। ୨୦୦୪, ୨୦୦୯ ଓ ୨୦୧୪ରେ ବିଜେପି ଟିକଟରେ ବିଜୟୀ ହୋଇ ସାଂସଦ ଓ ମନ୍ତ୍ରୀ ହୋଇଥିଲେ ମେନକା।
ମା’ଙ୍କ ପଥାଙ୍କ ଅନୁସରଣ କରି ବରୁଣ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ୨୦୦୯ଲୋକସଭା ନିର୍ବାଚନରେ ମା’ଙ୍କ ନିର୍ବାଚନ କ୍ଷେତ୍ର ପିଲିଭିତରୁ ବରୁଣ ଛିଡ଼ା ହୋଇ ବିଜୟୀ ହୋଇଥିଲେ। ୨୦୧୪ରେ ବରୁଣ ମା’ଙ୍କ ନିର୍ବାଚନ କ୍ଷେତ୍ର ପିଲିଭିତକୁ ଛାଡ଼ି ସୁଲତାନପୁରରୁ ନିର୍ବାଚନ ଲଢିଲେ ଓ ରେକର୍ଡ଼ ସଂଖ୍ୟକ ଆସନରେ ବିଜୟୀ ହେଲେ। ବରୁଣଙ୍କ ନିର୍ବାକ୍‍ ମନ୍ତବ୍ୟ ବିଜେପି ଓ ମୋଦୀ ସରକାରଙ୍କୁ ଏକାଧିକ ଥର ବେଶ୍‍ ଅଡ଼ୁଆ ପରିସ୍ଥିତିରେ ପକାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories