www.samajalive.in
Monday, December 15, 2025
26.1 C
Bhubaneswar

ପୁଲୱାମା ଆକ୍ରମଣକୁ ୨ ବର୍ଷ: ସେନା ଜାରି କଲା ଖାସ୍‍ ଭିଡିଓ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ୨ ବର୍ଷ ପୂର୍ତ୍ତି ହୋଇଛି। ସାରା ଦେଶ ଆଜି ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଏହି ଅବସରରେ ଭାରତୀୟ ସେନା ଏପରି ଏକ ଭିଡିଓ ଜାରି କରିଛି ଯାହା ପ୍ରତ୍ୟେକ ଭାରତୀୟର ଛାତିରେ କମ୍ପନ ସୃଷ୍ଟି କରିବା ସହିତ ଭାବପ୍ରବଣ କରିଦେବ। ଚିନାର୍‍ କର୍ପସ୍‍ର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ସେଦିନର ସମ୍ପୂର୍ଣ୍ଣ ଘଟଣା ଓ ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟ ଦେଖିବାକୁ ମିଳିଛି। ଭିଡିଓ ଆରମ୍ଭରେ ଦର୍ଶାଯାଇଛି ଯେ କିପରି ସିଆରପିଏଫ୍‍ ବାଟାଲିୟନର ବସ୍‍କୁ ଆକ୍ରମଣ କରିଥିବା ଆତଙ୍କୀ ଆଦିଲ ଅହମଦ ଡାରର ବୟସ ମାତ୍ର ୨୦ ବର୍ଷ ଥିଲା।

- Advertisement -

୧୪ ଫେବୃୟାରୀ, ୨୦୧୯ରେ ହୋଇଥିଲା ଆତ୍ମଘାତୀ ଆକ୍ରମଣ:

ଭିଡିଓରେ ଦେଖିବାକୁ ମିଳିଛି ଯେ, ଆତଙ୍କୀ ନିଜ ଘରଠାରୁ ୧୦ କିଲୋମିଟର ଦୂରରେ ଥିବା ରାଜପଥରେ ସିଆରପିଏଫର ବସ୍‍ଗୁଡ଼ିକୁ ବିସ୍ଫୋଟକ ଭର୍ତ୍ତି କାର ଜରିଆରେ ଟାର୍ଗେଟ କରାଯାଇଥିଲା। ଏଥିରେ ୪୦ ଯବାନ ଶହୀଦ ହୋଇଥିଲେ ଏବଂ ୭୦ ଯବାନ ଆହତ ହୋଇଥିଲେ। ଏହି ଘଟଣା ପରେ ଭାରତ ପାକିସ୍ତାନକୁ ଘନିଷ୍ଠ ଦେଶ ତାଲିକାରୁ ବାଦ୍‍ ଦେଇଥିଲା। ଏହାପରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ବନ୍ଦ କରାଯାଇଥିଲା ଓ କୂଟନୈତିକ ସ୍ତରରେ ପାକିସ୍ତାନ ଉପରେ ସାରା ବିଶ୍ୱର ପ୍ରଭାବ ଦେଖା ଦେଇଥିଲା। ଭିଡିଓ ଶେଷରେ ଶାୟରୀ ମଧ୍ୟ ଶୁଣବାକୁ ମିଳିଛି।

ଶହୀଦଙ୍କୁ ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ:

ଗୃହମନ୍ତ୍ରୀ ଅମିତ ଶାହା ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଟ୍ୱିଟ୍‍ କରି ଲେଖିଛନ୍ତି, “ସେମାନଙ୍କ ଅସାଧାରଣ ସାହସ ଓ ସର୍ବୋଚ୍ଚ ବଳିଦାନକୁ ଭାରତ କେବେହେଲେ ଭୁଲିବନାହିଁ”।

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତିରକ୍ଷା ମନ୍ତ୍ରୀ:

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍‍ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ କହିଛନ୍ତି, “ଦେଶ ପ୍ରତି ସେମାନଙ୍କ ସେବା ଓ ସେମାନଙ୍କ ସର୍ବୋଚ୍ଚ ବଳିଦାନକୁ ଭାରତ କେବେବି ଭୁଲିବ ନାହିଁ”।

ବୀର ସୈନିକଙ୍କୁ ପ୍ରଣାମ: ରାହୁଲ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଲୱାମା ଶହୀଦମାନଙ୍କୁ ପ୍ରଣାମ କରିଛନ୍ତି। ସେ କହିଛନ୍ତି, “ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସେମାନଙ୍କ ପରିବାରକୁ ପ୍ରଣାମ। ଦେଶ ଆପଣଙ୍କ ଋଣୀ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories