ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୨ ମହିଳାଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ସମୟରେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ଆନନ୍ଦପୁରରେ ଏକ ଆଶ୍ରୟସ୍ଥଳୀରେ ଜଣେ ମହିଳା ପ୍ରାଣ ହରାଇଥିବାବେଳେ ରାଜନଗରରେ ଅନ୍ୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଆନନ୍ଦପୁରର ହାଟଡିହି ବ୍ଲକ ଅନ୍ତର୍ଗତ ତାମ୍ପଳା ସ୍କୁଲରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀରେ ରମ୍ଭା ରାଉତ ନାମ୍ନୀ ୮୨ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ତହସିଲଦାର ଏହି ଘଟଣାର ତଦନ୍ତ ଚଳାଇଛନ୍ତି। ସେହିପରି ଗୁରୁବାର ରାଜନଗରର ବାଙ୍କୁଆଳ କଲ୍ୟାଣମଣ୍ଡପ ଆଶ୍ରୟସ୍ଥଳୀରେ ହେମଲତା ନାୟକ ନାମ୍ନୀ ମହିଳାଙ୍କ ମୃତ୍ୟୁ ହୋଇଥିଲା।

kalyan agarbati

Comments are closed.