www.samajalive.in
Saturday, December 6, 2025
23.1 C
Bhubaneswar

ଗୁଗୁଲ୍ ପ୍ଲେ ଷ୍ଟୋରରେ ଥିବା ଏହି ୧୫ ଟି ଆପ୍ ଆପଣଙ୍କ ଟଙ୍କା ଚୋରି କରିପାରେ

ନୂଆଦିଲ୍ଲୀ: ଆଣ୍ଡ୍ରୋଏଡ୍ ଆପ୍ ଏବଂ ଡାଟା ଲିକ୍ ଏକ ବହୁତ ପୁରୁଣା ସମସ୍ୟା। ଏମିତି ଅନେକ ଆପ ଅଛି ଯାହାକି ଆପଣ ବ୍ୟବହାର କଲେ ଆପଣଙ୍କ ତଥ୍ୟ ଚୋରି ହେବାର ଭୟ ରହିଛି। ପ୍ରତିଦିନ ଅନେକ ରିପୋର୍ଟ ଆସୁଛି ଯେ ଆଣ୍ଡ୍ରୋଏଡ୍ ଆପରେ ମାଲୱେୟାର ରହିଥିଲା ଯାହା ଲୋକଙ୍କ ଫୋନରେ ବ୍ୟାଙ୍କିଙ୍ଗ ଆପରୁ ଟଙ୍କା ଚୋରି କରୁଥିଲା। ବର୍ତ୍ତମାନ ସିକ୍ୟୁରିଟି କମ୍ପାନୀ ସୋଫୋସ୍ ୨୦ ଟି ମୋବାଇଲ୍ ଆପର ଏକ ତାଲିକା ପ୍ରକାଶ କରିଛି ଯାହା ବ୍ୟବହାରକାରୀଙ୍କ ଫୋନରୁ ସହଜରେ ଟଙ୍କା ଚୋରି କରିପାରୁଥିବା ଜଣାପଡ଼ିଛି।

ଏହି ଆପ୍ ଗୁଡିକ ବ୍ୟବହାରକାରୀଙ୍କ ବିନା ଅନୁମତିରେ ସବସ୍କ୍ରିପସନ୍ ସେବାକୁ ସକ୍ରିୟ କରିଥାନ୍ତି। ଏହି ଆପ୍ ମଧ୍ୟରୁ କିଛି ଗୁଗୁଲ ପ୍ଲେ ଷ୍ଟୋରରୁ ଅପସାରିତ କରିସାରିଛି। କିନ୍ତୁ କିଛି ଆପ୍ ପ୍ଲେ ଷ୍ଟୋରରେ ଏବେ ମଧ୍ୟ ଉପଲବ୍ଧ ରହିଛି। ଏହି ଆପଗୁଡ଼ିକୁ ଯଦି ଫୋନରେ ରଖିଥାନ୍ତି ଏହା ଆପଣଙ୍କ ପାଇଁ ବିପଦ ଜନକ ଅଟେ। ତେବେ ଆପଣ ତୁରନ୍ତ ସେଗୁଡ଼ିକୁ ଡିଲିଟ୍ କରିବା ଉଚିତ୍।

- Advertisement -

*ବ୍ୟବହାରକାରୀଙ୍କ ଫୋନରୁ ଟଙ୍କା ଚୋରି କରୁଥିବା ଆପ୍ସ ଗୁଡିକ ହେଉଛି –

୧ -Compress Video (କମ୍ପ୍ରେସ ଭିଡିଓ)
୨ – Dynamic Wallpaper (ଡାଇନାମିକ ଓ୍ବାଲପେପର)
୩ -Gametris Wallpaper ( ଗାମେଟେରିସ ଓ୍ବାଲପେପର)
୪ -MojiFont ( ମୋଜି ଫଣ୍ଟ)
୫ – Montage – Help you make cool videos( ମୋନଟେଜ ଭିଡିଓ ଆପ)
୬ – My Replica 2 ( ମାଇ ରେପଲିକା-୨)
୭ – Old Me-Simulate Old Face
୮- Photo Converter( ଫଟୋ କନଭଟର)
୯- Prank Call ( ପ୍ରଙ୍କ କଲ)
୧୦ -Recover deleted photos ( ରିକୋଭରି ଡିଲିଟ ଫଟୋ )
୧୧ -Photo backup ( ଫଟୋ ବ୍ୟାକଅପ)
୧୨ -Search by Image ( ସର୍ଚ୍ଚ ଇମେଜ)
୧୩ -Video Magician ( ଭିଡିଓ ମାଜିସିଆନ)
୧୪-Xsleep୧ (ଏକ୍ସ ସ୍ଲିପ)
୧୫ -Zynoa Wallpaper ( ଜିୟାନୋ ଓ୍ବାଲପେପର)

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories