www.samajalive.in
Saturday, December 6, 2025
15.1 C
Bhubaneswar

ସୋପିଆନରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କୀଙ୍କ ଗୁଳିରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି। ଏ ସମ୍ପର୍କରେ ସରକାରୀ ସୂତ୍ରରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ସମ୍ପୃକ୍ତ ଅଞ୍ଚଳରେ ଆହୁରି ୨ ଆତଙ୍କୀ ଲୁଚି ରହିଥିବା ଜଣାପଡ଼ିବା ପରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

ସୂଚନା ଅନୁସାରେ, ସୋପିଆନ ଜିଲାର ସୁଗୁ ହେନ୍ଧାମା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବା ନେଇ ସେନାକୁ ଗୁଇନ୍ଦା ଖବର ମିଳିବା ପରେ ୪୪ ଆରଆର ଏବଂ ସିଆରପିଏଫର ଏକ ମିଳିତ ଟିମ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଇଥିଲା। ଯବାନମାନେ ଆତଙ୍କବାଦୀଙ୍କୁ ଚାରିପଟୁ ଘେରିଯାଇଥିଲେ। ଫଳରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନଙ୍କ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା, ଯେଉଁଥିରେ ୨ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ସୋପିଆନ ଜିଲାରେ ଏହା ୩ୟ ଏନକାଉଣ୍ଟର। ପୂର୍ବରୁ ୨ ଏନକାଉଣ୍ଟରରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories