www.samajalive.in
Saturday, December 6, 2025
14.1 C
Bhubaneswar

ଛାତ୍ରଙ୍କ ସୃଜନଶୀଳତା: ଚାଉଳ ଗୁଣ୍ଡରୁ ତିଆରି କଲେ ଅର୍ଗାନିକ୍‌ ଚକ୍‌ ଖଡ଼ି

ଚାଉଳ ଗୁଣ୍ଡରୁ ଜୈବିକ ଉପାୟରେ ତିଆରି ହେଲା ଚକ୍‌ ଖଡ଼ି। ଏଭଳି କରି ନିଜ ସୃଜନଶୀଳତାର ପରିଚୟ ଦେଇଛନ୍ତି ତେଲେଙ୍ଗାନାର ଦୁଇ ସ୍କୁଲ ଛାତ୍ର ପି. ହର୍ଷିତ ବର୍ମା ଏବଂ କେ. ରୁଦ୍ର। ଉଭୟେ ଆଦିଲାବାଦ ଅଞ୍ଚଳରେ ଥିବା ତେଲେଙ୍ଗାନା ରାଜ୍ୟ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ସାଧାରଣ ଜିପ୍‌ସମରେ ପ୍ରସ୍ତୁତ ଚକ୍‌ ଖଡ଼ି ବଦଳରେ ଏହାକୁ ବ୍ୟବହାର କରାଯାଇପାରିବ।

ଏହି ଅର୍ଗାନିକ୍‌ ଚକ୍‌ ଖଡ଼ି ପ୍ରସ୍ତୁତିରେ ଚାଉଳ ଗୁଣ୍ଡ ସମେତ ଲେମନ ଅଏଲ, ନିମ୍ବ, ମୃତ୍ତିକା, ଅତ୍ୟାବଶ୍ୟକ ତେଲ ବ୍ୟବହାର ହେଉଛି। ଜିପ୍‌ସମ ଚକ୍‌ ଖଡ଼ିର କ୍ଷତିକାରକ ଗୁଣକୁ ହୃଦ୍‌ବୋଧ କରି ଛାତ୍ରଦ୍ବୟ ଏହାର ସମାଧାନ ଲାଗି ପରିବେଶ ଅନୁକୂଳ ଏହି ଅର୍ଗାନିକ୍‌ ଚକ୍‌ ଖଡ଼ି ତିଆରି କରିଥିବା କହିଛନ୍ତି।

- Advertisement -
Image Courtesy: ANI

ଜଣେ ଛାତ୍ର କହିଛନ୍ତି, ଶିକ୍ଷକମାନେ ନିୟମିତ ଭାବେ ବ୍ଲାକବୋର୍ଡରେ ବ୍ୟବହାର କରୁଥିବା ଜିପ୍‌ସମ ଚକ୍‌ରେ ରସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ଜିପ୍‌ସମ ପାଉଡରରେ ନିର୍ମିତ ଏହି ଚକ୍‌ ଖଡ଼ିର ଗୁଣ୍ଡ ଅନେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ, ବିଶେଷ କରି ଫୁସଫୁସ୍‌ ଏବଂ ଆଖି ଜଳାପୋଡ଼ା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ଛାତ୍ର ଜଣକ କହିଛନ୍ତି, ଚାଉଳ ଗୁଣ୍ଡ ସହିତ ମୃତ୍ତିକାକୁ ମିଶାଇ ଏହି ଚକ୍‌ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହୋଇଛି। ଏହା ସହିତ ଆମେ ନିମ୍ବ ତେଲ, ଲେମନ ଅଏଲ, କର୍ପୂର ଏବଂ ଅନ୍ୟ କିଛି ପ୍ରାକୃତିକ ଉପାଦାନକୁ ଏଥିରେ ବ୍ୟବହାର କରିଛୁ। ଚକ୍‌ର ସୁଗନ୍ଧ ପାଇଁ ମଲ୍ଲି ଫୁଲ ଏବଂ ଚନ୍ଦନକାଠର ଉପାଦାନ ବ୍ୟବହୃତ ହୋଇଛି।

ଛାତ୍ର ଦ୍ବୟଙ୍କ ଏହି ପଦକ୍ଷେପକୁ ଶିକ୍ଷାନୁଷ୍ଠାନ ପକ୍ଷରୁ ବେଶ୍‌ ପ୍ରଶଂସା କରାଯାଇଛି। ଏହି ଅର୍ଗାନିକ୍‌ ଚକ୍‌ ଲୋକପ୍ରିୟ ହେବ ଏବଂ ସାରା ଦେଶରେ ଏହାକୁ ବ୍ୟବହାର କରାଯିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories