www.samajalive.in
Saturday, December 6, 2025
16.1 C
Bhubaneswar

କୁଟୁରା ଶିକାର ଓ କାଠ କଟା ଘଟଣା ଅଭିଯୋଗରେ ୨ ଜଣ କୋର୍ଟ ଚାଲାଣ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନାଞ୍ଚଳ ଅଞ୍ଚଳରୁ ବନ ବିଭାଗ ଜଣେ ଶିକାରୀ ଓ ଜଣେ କାଠ କଟାଳି ଦୁଇ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଶୁକ୍ରବାର ଦିନ ସାତକୋଶିଆ ବନାଞ୍ଚଳ ପକ୍ଷରୁ ଦୁଆରସୁଣି ସଂରକ୍ଷିତ ଜଙ୍ଗଲ ଚଢ଼ାଉ କରାଯାଇ ଦୁଆରଶୁଣୀ ଗ୍ରାମର ବୃଦ୍ଧ ଗୁରା ହୋ (୬୨)ଙ୍କ ନିକଟରୁ ୧କେଜି ୨୦୦ ଗ୍ରାମ କୁଟୁରା ମାଂସ ସହ ଏକ କୁରାଢ଼ୀ ମଧ୍ୟ ଜବତ କରିଥିଲେ। ତେବେ ଦୁଆରଶୁଣୀ ଜଙ୍ଗଲରେ ଚଢ଼ାଉ ସମୟରେ କେବଳ ବୃଦ୍ଧ ଗୁରା ହୋ ଧରା ପଡିଥିବା ବେଳେ ଅନ୍ୟ ଶିକାରୀଙ୍କ  ପତ୍ତା ମିଳୁନାହଁ। ସାତକୋଶିଆ ବନାଞ୍ଚଳ କେଶ ନମ୍ବର ୮୧/୨୦ ବନ୍ୟଜନ୍ତୁ ନିରାକରଣ ଆଇନ ଅନୁଯାୟୀ ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି। ସେହିପରି ବାଲିଘାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଗଛ କାଟୁଥିବା ଅଭିଯୋଗରେ ପଥୁରିଆସାହି ର ଗୁରୁଚରଣ ବାନ୍ଦିଆ(୨୧) କୁ ବନ ବିଭାଗ ଗିରଫ କରି କେଶ ନମ୍ବର ୮୦/୨୦ ଅନୁଯାୟୀ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିବାର ଜଣାପଡିଛି। ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରୀ ପିତାମ୍ବର ସେଠୀ, ବନପାଳ ପରମେଶ୍ବର ମହାନ୍ତ,  ବନରକ୍ଷୀ ଓ  ପିଏ କର୍ମଚାରୀ ସାମିଲ ଥିଲେ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories