www.samajalive.in
Friday, December 12, 2025
15.1 C
Bhubaneswar

ଗାଁରେ ପଶି ଚୋରି କରିବା ବେଳେ ଧରାପଡ଼ିଲେ ୨ ନିଶାସକ୍ତ ଯୁବକ

ବାଲେଶ୍ଵର: ବାଲେଶ୍ଵର ଜିଲା ଖଇରା ଥାନା ଅନ୍ତର୍ଗତ ବରପଦା ଅଞ୍ଚଳରେ ସୋମବାର ରାତିରେ ଚୋରି କରିବା ବେଳେ ୨ ଯୁବକ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଛି। ସୂଚନା ଅନୁସାରେ, ୪ ଜଣ ଯୁବକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ବରପଦା ଅଞ୍ଚଳକୁ ଯାଇଥିଲେ। ଗାଁରେ ଜଳୁଥିବା ଷ୍ଟ୍ରିଟ୍‌ ଲାଇଟ୍‌ ବନ୍ଦ କରି ସେମାନେ ତାରିଣୀ ମନ୍ଦିର, କ୍ଲବ ଘର ଏବଂ କିଛି ଲୋକଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରିଥିଲେ। ଗାଁ ଲୋକେ ଜାଣିପାରି ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ୨ ଜଣ ଫେରାର ହୋଇଯାଇଥିବାବେଳେ ଅନ୍ୟ ୨ ଜଣଙ୍କୁ ଗ୍ରାମବାସୀ ଧରି ପୁଲିସ ଜିଲା ଦେଇଛନ୍ତି। ପୁଲିସ ଏକ ବାଇକ୍‌ ମଧ୍ୟ ଘଟଣାସ୍ଥଳରୁ ଜବତ କରିଛି। ଅଭିଯୁକ୍ତଙ୍କ ଘର ଭଦ୍ରକ ଜିଲାରେ ବୋଲି ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories