www.samajalive.in
Saturday, December 13, 2025
21.1 C
Bhubaneswar

ଅପହୃତ ହିନ୍ଦୁ ନାବାଳିକାଙ୍କୁ ଉଦ୍ଧାର ପାଇଁ ପାକ କୋର୍ଟଙ୍କ ନିର୍ଦ୍ଦେଶ

ଇସଲାମାବାଦ: ଅପହରଣ, ଧର୍ମାନ୍ତରୀକରଣ ଓ ବଳପୂର୍ବକ ବିବାହ ହୋଇଥିବା ଦୁଇ ହିନ୍ଦୁ ନାବାଳିକାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଇସଲାମାବାଦ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ନିରାପଦରେ ରଖିବା ପାଇଁ ମଧ୍ୟ କୋର୍ଟ ପାକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇସଲାମ ଧର୍ମ ଗ୍ରହଣ କରିବା ଓ ବିବାହ କରିଥିବାରୁ ପରିବାରବର୍ଗ ସେମାନଙ୍କୁ ହତ୍ୟା କରିପାରନ୍ତି ବୋଲି ସେହି ଦୁଇ ଝିଅ ଅଭିଯୋଗ କରିବା ପରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପାକ ଗଣମାଧ୍ୟମ ଅନୁଯାୟୀ, ଉଭୟ ନାବାଳିକା ଏକ ଭିଡିଓରେ ସେମାନେ ଇଛାରେ ଇସଲାମ ଧର୍ମ ଗ୍ରହଣ କରିଥିବା କହିଛନ୍ତି। ଉଭୟଙ୍କ ବୟସ ୧୫ ଓ ୧୩ ହୋଇଥିବା ବେଳେ ସେମାନେ କିଭଳି ଧର୍ମ ପରିବର୍ତ୍ତନ ଓ ବିବାହ ଭଳି ନିଷ୍ପତ୍ତି ନେଇପାରିବେ ବୋଲି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରଶ୍ନ କରିଛନ୍ତି। ସେମାନଙ୍କୁ ନ୍ୟାୟ ଦାବି କରି ତାଙ୍କ ପରିବାରବର୍ଗଙ୍କୁ ଫେରେଇଦେବାକୁ ସୁଷମା କହିଛନ୍ତି। ଘଟଣା ସହ ସମ୍ପୃକ୍ତ ୭ଜଣଙ୍କୁ ପାକ ପୁଲିସ ଗିରଫ କରିଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories