୨ଜି ସ୍ପେକ୍ଟ୍ରମ ମାମଲା; ହାଇକୋର୍ଟର ଦ୍ୱାରସ୍ଥ ହେଲେ ଇଡି

0

ନୂଆଦିଲ୍ଲୀ :୨ଜି ସ୍ପେକ୍ଟ୍ରମ ଦୁର୍ନୀତି ମାମଲାରେ ପୂର୍ବତନ ଟେଲିଯୋଗାଯୋଗ ମନ୍ତ୍ରୀ ଏ.ରାଜା ଓ ଡିଏମ୍‌କେ ସାଂସଦ କନ୍ନିମୋଝିଙ୍କୁ ନିମ୍ନ ଅଦାଲତ ନିର୍ଦୋଷରେ ଖଲାସ କରିଥିବା ପ୍ରତିବାଦରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସୋମବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି। ଇଡିଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗଫର୍ଦରେ ସ୍ୱାନ ଟେଲିକମ (ପ୍ରା) କମ୍ପାନୀ ପକ୍ଷରୁ ଡିଏମକେ ନେତାଙ୍କ ମାଲିକାନାରେ ପରିଚାଳିତ କଲାଇଗ୍‌ନାର ଟିଭିକୁ ୨୦୦ କୋଟି ଯଙ୍କା ପ୍ରଦାନ କରାଯାଇଛି ବୋଲି ଉଲ୍ଲେଖ କରାଯାଇଛି। ବିଭିନ୍ନ ଟେଲିକମ କମ୍ପାନୀକୁ ୨ଜି ସ୍ପେକ୍ଟ୍ରମ ଲାଇସେନ୍ସ ପ୍ରଦାନ କରାଯିବା ଫଳରେ ସରକାର ୩୦,୯୮୪ କୋଟି ଯଙ୍କାର ରାଜସ୍ୱ ହରାଇଥିଲେ ବୋଲି ସିବିଆଇ ପକ୍ଷରୁ ସେତେବେଳେ ଅଭିଯୋଗ ହୋଇଥିଲା। ୨୦୧୨ ଫେବୃଆରୀ ୨ରେ ସୁପ୍ରିମକୋର୍ଟ ୨ଜି ସ୍ପେକ୍ଟ୍ରମ ଲାଇସେନ୍ସକୁ ବାତିଲ ଘୋଷଣା କରିଥିଲେ। ଏହି ମାମଲାର ଶୁଣାଣି ପାଇଁ ୨୦୧୧ ମାର୍ଜ୍ଜ ୧୪ରେ ଏକ ସ୍ୱତନ୍ତ୍ର ଅଦାଲତ ସ୍ଥାପନ କରାଯାଇଥିଲା। ସିବିଆଇ ପକ୍ଷରୁ ଦାଏର କରାଯାଇଥିବା ମାମଲାରେ ୧୭ ଜଣଙ୍କୁ ଏବଂ ଇଡିଙ୍କ ପକ୍ଷରୁ ଦ୍ୱିତୀୟ ମାମଲାରେ ୧୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ପ୍ରଥମ ମାମଲାରେ ରାଜା ଓ କନ୍ନିମୋଝିଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଧାରା ଅନୁଯାୟୀ ଜେରା କରାଯାଇଥିଲା। ୨୦୧୭ ଡିସେମ୍ବର ୨୧ରେ ସ୍ୱତନ୍ତ୍ର ଅଦାଲତ ରାଜା, କନ୍ନିମୋଝିଙ୍କ ସମେତ ୧୭ ଜଣଙ୍କୁ ନିର୍ଦୋଷରେ ଖଲାସ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ପତ୍ନୀ ଦୟାଲୁ ଆମ୍ମାଲ ମଧ୍ୟ ସାମିଲ ଥିଲୋ

Leave A Reply