www.samajalive.in
Friday, December 5, 2025
20.1 C
Bhubaneswar

ଲକ୍ ଡାଉନ୍ ପାଇଁ ସ୍ଥଗିତ ଥିବା ଯୁକ୍ତ ଦୁଇ ପରୀକ୍ଷା ହେବ

ଭୁବନେଶ୍ଵର : କରୋନା ପାଇଁ ଲକ୍ ଡାଉନ ଜାରି ରହିଛି । କରୋନା ମୁକାବିଲା ପାଇଁ ସତର୍କତାମୂଳକ ଭାବେ ରାଜ୍ୟ ସରକାର ପ୍ରଥମେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଥିଲେ । ଶିକ୍ଷାନୁଷ୍ଠାନ ବନ୍ଦ ରହିବ ସହ ସେହି ସମୟରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ସ୍ଥଗିତ କରାଯାଇଥିଲା । ତେବେ ଏହାରି ମଧ୍ୟରେ ରାଜ୍ୟ ସ୍କୁଲ ଓ ଗଶଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତି ଯେ ଲକ୍ ଡାଉନ ପାଇଁ ସ୍ଥଗିତ ଥିବା ଯୁକ୍ତ ଦୁଇ ପରୀକ୍ଷା ହେବ । ମନ୍ତ୍ରୀଙ୍କ ସୂଚନା ଅନୁସାରେ ଲକ୍ ଡାଉନ ଉଠିବାପରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ପରୀକ୍ଷାପାଇଁ ଗଣଶିକ୍ଷା ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି କେବଳ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ କଲେଜ ଯେଉଁଗୁଡିକ ପରୀକ୍ଷା ସେଣ୍ଟର ଥିଲା ତାହାକୁ କ୍ବାରେଣ୍ଟାଇନ ସେଣ୍ଟର କରାଯାଇଛି । ସେସବୁକୁ ଭିତ୍ତିକରି ପରୀକ୍ଷା କେନ୍ଦ୍ର ଚୟନ କରାଯିବ ବୋଲି ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories