www.samajalive.in
Monday, December 15, 2025
26.1 C
Bhubaneswar

ଦୁଇଦିନରେ ଦୁଇଟି ଅପମୃତ୍ୟୁ ମାମଲା

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଓ ତେରପେଣ୍ଠ ଗ୍ରାମରୁ ଦୁଇଟି ଅପମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏନେଇ ପୁଲିସର ସୂଚନା ମୁତାବକ ରଙ୍ଗିପୁର ଗ୍ରାମରୁ ଏକ ବନ୍ଦ ଘର ମଧ୍ୟରୁ ସୂର୍ୟ୍ୟନାରାୟଣ ଆଚାର୍ୟ୍ୟ ନାମକ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର ହୋଇଥିବା ବେଳେ ତେରପେଣ୍ଠ ଗ୍ରାମର ଝୁଲି ବେହେରା (୧୮) କିଟନାଶକ ଔଷଧ ଖାଇବା ଯୋଗୁଁ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ଘଟିଛି।

ରଙ୍ଗିପୁର ଗ୍ୟାମର ସୂର୍ୟ୍ୟନାରାୟଣ ଆଚାର୍ୟ୍ୟ ଗତ କିଛି ବର୍ଷ ହେବ ଭୂବନେଶ୍ବର ରୃ ଟିଭି ମେକାନିକ ଭାବେ କାର୍ୟ୍ୟ କରୁଥିବା ସହ ବେଳେ ବେଳେ ଗାଁ କୁ ଆସିଥାନ୍ତି।ଏହା ମଧ୍ୟରେ ସୂର୍ୟ୍ୟଙ୍କ ବାପା ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ରେ ରହୁଥିବା ବେଳେ ସୁର୍ୟ୍ୟ ଗତ ୩ ତାରିଖରେ କେନ୍ଦୁପଦର ରୁ ରଙ୍ଗିପୁର ଯାଉଥିବା କହି ଆସିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଅନ୍ୟ ପଟେ ଗତ ୮ ତାରିଖରେ ଗାଁ ର କିଛି ଲୋକ ସୂର୍ୟ୍ୟଙ୍କୁ ଦେଖିଥିବା ବେଳେ ତାପରଠାରୁ ତାଙ୍କର କୈାଣସି ଖୋଜଖବର ନଥିଲା। ଗତ ଶନିବାର ଦିନ କିଛି ଲୋକ ସୂର୍ୟ୍ୟଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବା ଜାଣି ସରପଞ୍ଚଙ୍କୁ ଏନେଇ ଅବଗତ କରାଇଥିଲେ। ସରପଞ୍ଚ ଏ ନେଇ ସୂର୍ୟ୍ୟଙ୍କ ବାପାଙ୍କୁ ଖବର ଦେବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଘରର କବାଟ ଭାଙ୍ଗିବା ସମୟରେ ସୂର୍ୟ୍ୟଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର କରିଥିଲେ। ଏହା ନେଇ ଗୋଳନ୍ଥରା ଥାନା ରେ ୨୦/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଚାଲୁ ରଖିଛି। ‌

- Advertisement -

ଏହା ସହ ତେରପେଣ୍ଠ ଗ୍ରାମର ଯୋଗେନ୍ଦ୍ର ବେହେରାଙ୍କ ଝିଅ ଝୁଲି ବେହେରା (୧୮) ଶନିବାର ରାତିରେ ଘରେ ଥିବା କୀଟନାଶକ ଖାଇ ଦେବାରୁ ଗୁରୁତର ଅବସ୍ଥାରେ ପ୍ରଥମେ କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ବର୍ଗ ଗୁରୁତର ଝିଲିକୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତର କରିଥିଲେ। କିନ୍ତୁ ଚିକିତ୍ସିତ ଅବସ୍ଥାରେ ଗତ କାଲି ରାତିରେ ମୃତ୍ୟୁ ଘଟିଥିଲା। ଏ ନେଇ ଯୋଗେନ୍ଦ୍ର ଗୋଳନ୍ଥରା ଲିଖିତ ଅଭିଯୋଗ କରିବାପରେ ପୁଲିସ ପକ୍ଷରୁ ଏ ନେଇ ୨୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପୂର୍ବକ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିବା ସହ ତଦନ୍ତ କରୁଥିବା ଜଣାପଡିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories