ଅନେକ ସମୟରେ ସୋସିଆଲ ମିଡ଼ିଆରେ ବହୁ କୌତୁହଳପୂର୍ଣ୍ଣ ଭିଡ଼ିଓ ଦେଖିବାକୁ ମିଳିଥାଏ। ଯାହାକୁ ଦେଖିବା ମାତ୍ରେ ଖୁବ ଖୁସି ଓ ଆନନ୍ଦ ଲାଗିଥାଏ। ଏଭଳି ଏକ ଭିଡ଼ିଓ ଏବେ ବେଶ ଭାଇରାଲ ହେଉଛି,ଯେଉଁଥିରେ ଦୁଇଟି ହାତୀଛୁଆ ପରସ୍ପର ସହ ଖେଳୁଥିବା ଓ ଝଗଡ଼ା କରୁଥିବା ଦେଖିବାକୁ ମିଳୁଛି।
ଜଣେ ଭାରତୀୟ ବନ୍ୟ ବିଭାଗର ଅଧିକାରୀ ଏହି ଭିଡ଼ିଓଟିକୁ ଟ୍ୱିଟରେ ପୋଷ୍ଟ କରିଥିବା ଜଣାପଡ଼ିଛି।ଭିଡ଼ିଓରେ ଦେଖାଯାଉଛି ଗୋଟିଏ ସ୍ଥାନରେ ହାତୀପଲଙ୍କ ନିକଟରେ ଦୁଇଟି ହାତୀଛୁଆ ଖେଳୁଛନ୍ତି। ଗୋଟିଏ ଛୁଆ ହାତୀ ସହ ଅନ୍ୟ ହାତୀଟି ନିଜ ଶୁଣ୍ଢର ବ୍ୟବହାର କରି ଖେଲୁଛି। ସେହି ହାତୀଛୁଆଟି ବାଡ଼ରେ ଅନ୍ୟ ପଟେ ଠିଆ ହୋଇଛି।
କିଛି ସମୟ ପରେ ବାଡ଼ ସେପାଖରେ ଥିବା ହାତୀଟି ଏପଟକୁ ଚାଲି ଆସୁଛି। ଏଭଳି ଦୃଶ୍ୟ ଦେଖିବାକୁ ଖୁବ କୌତୁହଳ ଲାଗୁଛି। ଭିଡ଼ିଓଟିକୁ ଦେଖିବାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି ଓ ଏହା ଏବେ ବେଶ ଭାଇରାଲ ହେଉଛି।
ପରସ୍ପର ଖେଳୁଛନ୍ତି ହାତୀଛୁଆ ; ଭିଡ଼ିଓକୁ ପସନ୍ଦ କରୁଛନ୍ତି ଲୋକେ
Popular Categories



