ଗ୍ୟାରେଜ ଓ ହୋଟେଲରେ କାମ କରୁଥିଲେ ଶିଶୁ ଶ୍ରମିକ, ଚଢ଼ାଉ କଲା ଶ୍ରମ ବିଭାଗ
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଚତନତା ରଥର ଶୁଭାରମ୍ଭ ହୋଇଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଳକର ପୁରୁଣାକଟକ ବଜାରରେ ଚଢଉ କରାଯାଇ ୨ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୁଚନା ମୁତାବକ ପୁରୁଣାକଟକଠାରେ ଥିବା ଏକ ମୋଟର ଗ୍ୟାରେଜ ଓ ହୋଟେଲରେ ଏହି ଶିଶୁ ଶ୍ରମିକମାନେ କାର୍ଯ୍ୟ କରୁଥିଲେ। ଏ ନେଇ ଶ୍ରମ ବିଭାଗକୁ ଖବର ମିଳିବା ପରେ ସେଠାରେ ଚଢ଼ାଉ କରି ଉଭୟଙ୍କୁ ଉଦ୍ଧାର କରାଯାଇଛି। ଚଢଉରେ ଶ୍ରମ ବିଭାଗ ଅଧିକାରୀ ଓ ପୁଲିସ କର୍ମଚାରୀ ସାମିଲ ଥିଲେ।
Comments are closed.