www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ: ଏକ ବୁଲେଟରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛି ଫୁଲବାଣୀ ଟାଉନଥାନା ପୁଲିସ୍‍ ହାତରେ। ଗତକାଲି ରାତିରେ ଟାଉନଥାନା ଏସ୍‍ଆଇ ଶାନ୍ତନୁ କୁମାର ପ୍ରଧାନଙ୍କ ନେତୃତ୍ୱରେ ପେଟ୍ରୋଲିଂ ଚାଲିଥିବା ବେଳେ ବିଳମ୍ବିତ ରାତିରେ ଏକ ବୁଲେଟ୍‍ ଗାଡ଼ି ଯାଉଥିବାରୁ ପୁଲିସ୍‍ ସନ୍ଦେହରେ ମାଦିକୁନ୍ଦାଛକ ନିକଟରେ ତନଖି କରିଥିଲା। ତନଖି ବେଳେ ବେଆଇନ ଭାବେ ୧୦ କେଜି ୮୦୦ ଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ୍‍ ଗଞ୍ଜେଇ ଜବତ କରିବା ସହିତ ବୁଲେଟ୍‍ ଗାଡ଼ିକୁ ଜବତ କରିଛି। ଏହି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ନୟାଗଡ଼ ଜିଲାର ଫତେଗଡ଼ ଅଞ୍ଚଳର ସୁଭଶ୍ରୀ ରଂଜନ ସାହୁ ଓ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଅଶୋକ ଗୌଡ଼ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ କେସ ନଂ ୧୫୦ା୨୦ରେ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories