www.samajalive.in
Saturday, December 6, 2025
15.1 C
Bhubaneswar

୧୫୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ : ଜିଲାରେ ଚୋରା ଗଞ୍ଜେଇ କାରବାର ଜୋର ଧରିଥିବା ନେଇ ଅଭିଯୋଗ ହେଉଥିବାବେଳେ ବୌଦ୍ଧ ପୁଲିସକୁ ଏକ ବଡ ଧରଣର ସଫଳତା ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧଜିଲା ମନମୁଣ୍ଡା ଅଞ୍ଚଳରୁ ବୌଦ୍ଧ ଦେଇ ପଶ୍ଚିମବଙ୍ଗକୁ ଏକ ବୋଲେରୋ ଗାଡିରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ସଂପର୍କରେ ସୂଚନା ପାଇ ବୌଦ୍ଧ ପୁଲିସ ବୌଦ୍ଧ ମହାନଦୀ ବ୍ରିଜ ଛକଠାରେ ଉକ୍ତଗାଡିକୁ ଅଟକାଇଥିଲେ। ଗାଡିକୁ ଯାଞ୍ଚ କରାଯିବାପରେ ସେଥିରୁ ବସ୍ତାରେ ଭର୍ତ୍ତି କରାଯାଇଥିବା ୧୫୦ କିଲୋ ଗଂଜେଇ ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ପୁଲିସ ଥାନା କେସ ନମ୍ବର ୨୪୬/୨୦ରେ ମାମଲା ରୁଜୁ କରିବା ସହିତ ଗଂଜେଇ ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗ ରାଜ୍ୟ ଉତ୍ତର ଚବିଶପ୍ରଗଣା ଜିଲାର ବଗଦା ଥାନା ଅନ୍ତର୍ଗତ ମେହରାଣୀ ଗ୍ରାମର ଦିଲ୍ଲିପ ଦାସ(୪୦) ଓ କରୋଲିଆ ଗ୍ରାମର ଗୋପାଳ ତରଫଦାର(୩୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତପସ୍ୱିନୀ କହଁର ସୂଚନା ଦେଇଛନ୍ତି। ଜିଲାରେ ଏବେ ଗଂଜେଇ ମାଫିଆମାନେ ସକ୍ରିୟ ହୋଇଥିବାବେଳେ ପୁଲିସ ପକ୍ଷରୁ ସୀମାନ୍ତ ଗେଟ ଗୁଡିକରେ ସତର୍କ ଦୃଷ୍ଟି ରଖାଗଲେ ମାଫିଆମାନଙ୍କ ଉପରେ ଲଗାମ ଲାଗିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories