www.samajalive.in
Monday, December 8, 2025
24.1 C
Bhubaneswar

ପୋଡାଡିହରେ ରାଜନୈତିକ ଗଣ୍ଡଗୋଳ: ୭ ଆହତ, ୨ ଗିରଫ 

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହରେ ପଞ୍ଚାୟତ ନିର୍ବାଚନ ହାର ଜିତ ଫଳାଫଳକୁ ନେଇ ପୂର୍ବତନ ସରପଞ୍ଚ ଏବଂ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୭ ଜଣ ଆହତ ହୋଇଥିବାବେଳେ ସେମାନେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଉଭୟ ପକ୍ଷରୁ ଗତକାଲି ଥାନାରେ ଦୁଇଟି ପୃଥକ ଅଭିଯୋଗ ହେବା ପରେ ପୁଲିସ ଆଜି ଉଭୟ ପକ୍ଷରୁ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟମାନେ ପୁଲିସ ଭୟରେ ଫେରାର ଥିବା ଜଣାପଡିଛି ।

ସମ୍ପୃକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷ ମାଣିକ ଏବଂ ଯୋଗୀ ବେହେରାଙ୍କ ଗୋଷ୍ଠୀ ମଧ୍ୟରେ ଗତ ୬ ତାରିଖ ରାତିରେ ଗଣ୍ଡଗୋଳ ଘଟିଥିଲା। ଉଭୟ ପକ୍ଷ ମଧ୍ୟରେ ବାଡ଼ିଆ ପିଟା ହୋଇ ୭ ଜଣ ଆହତ ହୋଇଥିଲେ। ଚିକିତ୍ସିତ ହେବା ପରେ ଗତକାଲି ୭ ତାରିଖରେ ଉଭୟ ପକ୍ଷରୁ ଥାନାରେ ଦୁଇଟି ପୃଥକ ଏତଲା ହେବା ପରେ ବାଘମାରୀ ଥାନା ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ ଦୁଇଟି ମୋକଦ୍ଦମା ରୁଜୁ କରି ଘଟଣାର ତଦନ୍ତ କରିଥିଲେ। ଉଭୟ ପକ୍ଷରୁ ୧୦ଜଣରୁ ଊର୍ଦ୍ଧ୍ବ ଅଭିଯୁକ୍ତ ଥିବାବେଳେ ପୁଲିସ ଆଜି ଉଭୟ ପକ୍ଷରୁ ଦୁଇଜଣ ଯୋଗୀ ବେହେରା ଏବଂ ବେଣୁଧର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସନ୍ତୋଷ ମାଣିକ ଦେହ ଖରାପ ଦେଖାଇ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟମାନେ ଫେରାର ଥିବାର ପୁଲିସ ସୂତ୍ରରୁ ପ୍ରକାଶ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories