www.samajalive.in
Monday, December 8, 2025
14.1 C
Bhubaneswar

ଶିକ୍ଷାବିତଙ୍କ ସ୍ମୃତି ଚାରଣ ଓ ଶ୍ରଦ୍ଧାର୍ପଣ ସମାବେଶ

ବେଗୁନିଆ : ବେଗୁନିଆର ଶିକ୍ଷାବିତ ଗୋପୀନାଥ ସାହୁଙ୍କର ଏକାଦଶାହରେ ସନ୍ଧ୍ୟାରେ ଶିକ୍ଷାବିତ ଯୋଗେଶ୍ୱର ସୁନ୍ଦରାୟଙ୍କ ସଭାପତିତ୍ୱରେ ତାଙ୍କ ବାସଭବନ ନିକଟରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗାୟକ କସ୍ତୁରୀ ମିହିର କୁମାର ଆଚାର୍ଯ୍ୟ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ଅମରେନ୍ଦ୍ର ନାଥ ମହାପାତ୍ର ,ମୁଖ୍ୟବକ୍ତା ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ଭାବେ କବି ଗୌରଚରଣ ସାମନ୍ତସିଂହାର ଯୋଗ ଦେଇ ସ୍ବର୍ଗତ ସ୍ବର୍ଗତ ଗୋପୀନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଉପେନ୍ଦ୍ରକୁମାର ସାହୁ ,ଭାଗିରଥି ପରିଡା ,ରଘୁନାଥ ମହାନ୍ତି ,ସୁରେନ୍ଦ୍ର ସୁବୁଦ୍ଧି ,ଜମ୍ବେଶ୍ୱର ମଙ୍ଗରାଜ ,ପ୍ରତିମା ପ୍ରଧାନ ,ସୁକୁମାରି ସାହୁ ସତ୍ୟବାଦୀ ସାହୁ ,ଓ ରାଜକିଶୋର ସାହୁ ପ୍ରମୁଖ ସ୍ମୃତି ଚାରଣ କରିଥିଲେ ।ଏହି ଅବସରରେ ଶିକ୍ଷାନୁରାଗି ଗୋପୀନାଥ ସ୍ମରଣୀକା ଉନମୋଚିତହୋଇଥିଲା  ।ଏହି ସ୍ମୃତି ଚାରଣ ସଭାରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଜନ ସାଧାରଣ ଅଂଶ ଗ୍ରହଣ କରିଥିଲେ।ଶେଷରେ ପୁତ୍ର ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories