www.samajalive.in
Monday, December 15, 2025
26.1 C
Bhubaneswar

ସତ ପୁଲିସ ଗାଡ଼ିରେ ମିଛ ପୁଲିସ: ଆଇଜିଙ୍କ ଇନୋଭାରେ ବୁଲି ମାଗୁଥିଲେ ବଟି

ନାଲିବତି ଲାଗିଥିବା ପୁଲିସ ଗାଡ଼ି; କିଏ କାହିଁ କି ଅବିଶ୍ବାସ କରିବ ?  ସତ ଗାଡ଼ିରେ ମିଛ ପୁଲିସ ଯେ ବୁଲିବୁଲି ବଟି ମାଗୁଥିବେ ଏ କଥା କାହା ମନକୁ ଆସିବ କାହିଁକି ? ହେଲେ ଏପରି ଘଟଣା ଘଟିଛି ଆଉ ଏହି ଘଟଣା ରାଜଧାନୀ ଭୁବନେଶ୍ବରରେ । ମାତ୍ର ଚୋର ଘର କୋଉ ସବୁଦିନ ଅନ୍ଧାର ଯେ ? ଦୁଇ ନକଲି ପୁଲିସ ବାବୁ ଧରା ପଡ଼ିଛନ୍ତି କମିଶନରେଟ ପୁଲିସ ହାତରେ । ଜଣକ ଘର କଟକ ଜିଲାର ବାରଙ୍ଗ ଅଞ୍ଚଳରେ ଓ ଆଉ ଜଣକ ଘର ହେଲା ଯାଜପୁର ଜିଲାର ବରୀରେ । ଜଣେ ହେଲେ ସୌମ୍ୟରଞ୍ଜନ ରାଉତ ଓ ଅନ୍ୟ ଜଣେ ହେଲେ ଚନ୍ଦ୍ରଶେଖର ଦାସ ।  ଅସଲି ପୁଲିସ ଗାଡ଼ିରେ ବୁଲୁଥିବା ଦୁଇ ନକଲି ପୁଲିସଙ୍କୁ ଗିରଫ କରିଛି କମିଶନରେଟ ପୁଲିସ ।

ସବୁ ସପ୍ତାହର ଶେଷ ଦୁଇଦିନ ଶନିବାର ଓ ରବିବାର ସରକାର ସଟ୍ଡ଼ାଉନ ଘୋଷଣା କରିଛନ୍ତି । ରବିବାର ବି ସଟ୍ଡ଼ାଉନ ଥିଲା ସହର । ଏହି ସମୟରେ ନୟାପଲ୍ଲୀ ଓଭରବ୍ରିଜ ଉପରେ ଓଡ଼ି ୦୨ ବିଜି ୨୧୧୧ ନାଲିବତି ଲାଗିଥିବା ଗାଡ଼ିଟିଏ ଠିଆ ହୋଇଥିଲା । ଦୁଇଜଣ ପୁଲିସ କର୍ମଚାରୀ ରାସ୍ତାରେ ଯାଉଥିବା ଭାରିଯାନ (ବିଶେଷକରି ଲୋଡ଼ିଂ ଟ୍ରକ୍)ଗୁଡ଼ିକୁ ଅଟକାଇ ଚାନ୍ଦା ମାଗୁଥିଲେ । ସେମାନଙ୍କ ହାବଭାବ ସନ୍ଦେହଜନକ ହେବାରୁ କେହି ଜଣେ ବ୍ୟକ୍ତି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ । କିନ୍ତୁ ପୁଲିସ ପହଞ୍ଚିବା ପୂର୍ବରୁ ସୌମ୍ୟରଞ୍ଜନ ଓ ଚନ୍ଦ୍ରଶେଖର ସେଠାରୁ ଗାଡ଼ି ଧରି ପଳାଇଥିଲେ । ପୁଲିସ ଘଟଣାର ଅନୁସନ୍ଧାନ ପରେ ଗାଡ଼ି ନମ୍ବର ଆଧାରରେ ସୌମ୍ୟରଞ୍ଜନଙ୍କୁ ଠାବ କରିଥିଲା । ସେ ଏହି ଗାଡ଼ିର ଡ଼୍ରାଇଭର ଭାବରେ କାର୍ଯ୍ୟ କରୁଥିଲା । ସୌମ୍ୟରଞ୍ଜନଠାରୁ ମିଳିଥିଲା ଚନ୍ଦ୍ରଶେଖର ଠିକଣା । ଉଭୟ ନିଜର ଭୁଲ ସ୍ବୀକାର କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଉଭୟଙ୍କୁ ପୁଲିସ ଗିରଫ କରିଛି ।  ସୌମ୍ୟର ଡ୍ରାଇଭିଂ ଲାଇସେନ୍ସକୁ  ବାତିଲ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

- Advertisement -

ରେଳବାଇରେ ଭଡ଼ାରେ ଲାଗିଥିବା କାର୍ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ଅଣା ଯାଇଛି । ଛୁଟିଦିନରେ ଗାଡ଼ି ଅଣାଯିବାର ବ୍ୟବସ୍ଥା ନାହିଁ । ତେବେ ଗାଡ଼ି ମାଲିକ ଏ ସବୁ ଦେଖିବାର ଆବଶ୍ୟକତା ରହିଛି ବୋଲି ରେଳବାଇ ଆଇଜି କହିଛନ୍ତି ।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories