www.samajalive.in
Sunday, December 14, 2025
19.1 C
Bhubaneswar

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତାକାଲି(ଶୁକ୍ରବାର)ଠାରୁ ଆବେଦନ ଆରମ୍ଭ ହେବ । ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ସେପ୍ଟେମ୍ବର ୪ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ ‘www.samsodisha.gov.in’ ମାଧ୍ୟମରେ କମନ୍‌ ଆପ୍ଲି‌କେସନ ଫର୍ମ(ସିଏଏଫ୍‌) ଜରିଆରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ । ଏଥର ଅନ୍‌ଲାଇନ୍‌ରେ ଫର୍ମପୂରଣ କରିବ‌ା ପରେ ଛାତ୍ରଛାତ୍ରୀ ଫର୍ମର ହାର୍ଡ କପି ଦାଖଲ କରିବାକୁ ସାମ୍ସ ନୋଡାଲ ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ। ସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ ।

ସେପ୍ଟେମ୍ବର ୨୩ରେ ଦ୍ବିତୀୟ ପର୍ଯ୍ୟନ୍ତ ମେଧା ତାଲିକା ପ୍ରକାଶ ପାଇବ । ୨୪ରୁ ୨୮ ତାରିଖ ମଧ୍ୟରେ ଦ୍ବିତୀୟ ପର୍ଯ୍ୟୟେ ନାମଲେଖା ଅନୁଷ୍ଠିତ ହେବ। ୨୮ ତାରିଖ ସନ୍ଧ୍ୟା ୬ଟାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ପହିଲାରେ ସ୍ପଟ୍‌ ସିଲେକ୍ସନ ତାଲିକା ପ୍ରକାଶ ପାଇବ। ୧ରୁ ୩ ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା ପାଇଁ ଶିକ୍ଷାନୁଷ୍ଠାନରେ ନାମ ପଞ୍ଜିକରଣ କରାଯିବ। ୩ ତାରିଖ‌ରେ ସ୍ପଟ୍‌ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୫ ତାରିଖ‌ରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଚଳିତ ବର୍ଷ ସାଧାରଣ ବର୍ଗର ବିଦ୍ୟାର୍ଥୀଙ୍କ ଫର୍ମ ପୂରଣ ବାବଦକୁ ୨ଶହ ଟଙ୍କା ଓ ସଂରକ୍ଷିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଶହେ ଟଙ୍କା ଦେବେ । ପୂର୍ବବର୍ଷ ଅପେକ୍ଷ ଶହେ ଟଙ୍କା ଫି କମାଯାଇଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories