www.samajalive.in
Monday, December 15, 2025
26.1 C
Bhubaneswar

ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ, ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍

ସମାଜଲାଇଭ ଡେସ୍କ: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨୧ ଆସନରେ ମୋଟ ୧୩୧୪ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା।

ଗୁରୁବାର ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ କେତେକ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡକୁ ଆକ୍ରମଣ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସମୀକ୍ଷା କରୁଥିବା ସମୟରେ ବହୁ ସଂଖ୍ୟକ ଆରଜେଡି ସମର୍ଥକ ପହଞ୍ଚି ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ପଥର, ଚପଲ ଏବଂ ଗୋବର ଫିଙ୍ଗିଥିଲେ। ପୁଲିସ ବି ନୀରବଦ୍ରଷ୍ଟା ସାଜିଥିଲା। ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହିତ ପୁଲିସକୁ ସମାଲୋଚନା କରିଥିଲେ।

- Advertisement -

ସେହିପରି ଛପରା ଅଞ୍ଚଳରେ ସିପିଏମ ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ କରାଯାଇଛି। ଅଜଣା ବ୍ୟକ୍ତିମାନେ ତାଙ୍କ ଗାଡ଼ିକୁ ଆକ୍ରମଣ କରିଥିଲେ। ଫଳରେ ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ସେଠାରୁ ଜୀବନ ରକ୍ଷା କରି ପଳାଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories