www.samajalive.in
Sunday, December 7, 2025
23.1 C
Bhubaneswar

ଉତ୍ସବ ମହାପ୍ରସାଦ ଠକେଇରେ ଶ୍ରୀ ମନ୍ଦିର ସେବକ ସାମିଲ, ଦେଖନ୍ତୁ ଭିଡିଓ

ପୁରୀ: ଉତ୍ସବ ମହାପ୍ରସାଦ ଠକେଇରେ ଶ୍ରୀ ମନ୍ଦିର ସେବକ ସାମିଲ ଥିବା ଜଣାପଡିଛି। ପ୍ରାଥମିକ ତଦନ୍ତରୁ ଏହି ସୂଚନା ମିଳିଛି। ମହାପ୍ରଭୁଙ୍କୁ ଭୋଗ ଅର୍ପଣ ଏବଂ ନୀଳଚକ୍ରରେ ଧ୍ଵଜା ବାନ୍ଧିବା ନାମରେ ଉତ୍ସବ ସଂସ୍ଥା ଭକ୍ତଙ୍କୁ ଠକୁଛି। ଏହି ସଂସ୍ଥା କୋଲକାତାରେ ରହିଛି। କିଛି ସେବକଙ୍କ ସହଯୋଗରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇ ଥିବା ଉତ୍ସବ ପରିଚାଳକ ପ୍ରଜାତ ସାମନ୍ତ କହିଛନ୍ତି।

ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଟନ୍ତି ସୌରଜିତ୍ ବାସୁ। ଶ୍ରୀ ଜଗନ୍ନାଥଙ୍କ ନାମରେ ଭକ୍ତଙ୍କୁ ଠକୁଥିବା ଘଟଣାରେ ଅଭିଯୋଗ ପରେ ମନ୍ଦିର ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ମହାପ୍ରଭୁଙ୍କ ନାମରେ ଭକ୍ତଙ୍କୁ ଠକୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି।

ତେବେ ଅଭିଯୋଗ ପରେ ଆଜି ସାମାଜିକ ଗଣମାଧ୍ୟମରୁ ଉଭାନ ହୋଇଯାଇଛି ଉତ୍ସବ ଭୋଗ ବିଜ୍ଞାପନ। ପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ଶ୍ରୀ ମନ୍ଦିରରେ ଭୋଗ ଏବଂ ଧ୍ଵଜା ବାନ୍ଧିବା ନାମରେ ଭକ୍ତଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି କୋଲକାତାର ଏହି ଠକ ସଂସ୍ଥା। ଏଥିପାଇଁ ପୁରୀର କିଛି ସେବକଙ୍କ ସହ ଲିଖିତ ବୁଝାମଣା ହୋଇଥିବା ସଂସ୍ଥା ମୁଖ୍ୟ ଟେଲିଫୋନ ବାର୍ତାଳାପରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀଜୀଉଙ୍କୁ ଭୋଗ ଅର୍ପଣ ନାମରେ ଭକ୍ତଙ୍କୁ ଠକୁଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ଦାବି ଯୋର ଧରିଛି। ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି ଯେ ଅଭିଯୋଗର ତଦନ୍ତ କରାଯାଉଛି। ଠକେଇ ଅଭିଯୋଗର ପ୍ରମାଣ ମିଳିଲେ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

Related Articles

Popular Categories