www.samajalive.in
Saturday, December 13, 2025
14.1 C
Bhubaneswar

ଭୁବନେଶ୍ବରରୁ ଆଉ ୧୯ କରୋନା ପଜିଟିଭ୍ ଚିହ୍ନଟ, ୪୩୩ରେ ପହଞ୍ଚିଲା ରାଜଧାନୀର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୧୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କ୍ବାରେଣ୍ଟାଇନରୁ ଏବଂ ୧୦ ଜଣ ସ୍ଥାନୀୟ ଅଞ୍ଚଳରୁ ହୋଇଥିବା ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କଳ୍ପନା ଛକ ନିକଟରେ ଥିବା ଏକ ସରକାରୀ ଅଫିସର ୨ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି ।ଉଦ୍ଭୟ ପୁରୁଷ ହୋଇଥିବା ବେଳେ ଉଦ୍ଭୟଙ୍କ ବୟସ ଯଥାକ୍ରମେ ୫୯ ଓ ୫୨ ଅଟେ ।


ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ମାମଲା ମଧ୍ୟରୁ ବରଗଡ଼ ନେତାଜୀ କ୍ଲବ ପାଖର ଜଣେ ୨୭ ବର୍ଷୀୟ ଯୁବକ ସଂକ୍ରମିତ ହୋଇଛନ୍ତି । ଭରତପୁର ତେଲୁଗୁସାହିର ଜଣେ ୬୦ ବର୍ଷୀୟ ମହିା ମଧ୍ୟ ସଂକ୍ରମିତ ହୋଇଛନ୍ତି । ଘାଟିକିଆର ଜଣେ ୨୧ ବର୍ଷୀୟ ଯୁବକ , ୟୁନିଟ -୪ ଏସସିପିସିଆର ଅଫସ୍ ପାଖର ଜଣେ ୨୪ ବର୍ଷୀୟ ଯୁବକ , ଘାଟିକିଆ ସିଇଟି କଲେଜ ପାକର ଜଣେ ବ୍ୟାଙ୍କ କର୍ମଚାରୀ, ଝାରପଡ଼ା ମହାବୀର ନଗରର ଜଣେ ୩୦ ବର୍ଷୀୟ ବ୍ୟାଙ୍କ କର୍ମଚାରୀ , ସୁନ୍ଦରପଦା ଅଞ୍ଚଳର ଜଣେ ୩୨ ବର୍ଷୀୟ ଯୁବକ , ପଳାସପଲ୍ଲୀ ଅଞ୍ଚଳର ଜଣେ ୩୧ ବର୍ଷୀୟ ପୁରୁଷ ହଟସ୍ପଟ ଜିଲାରୁ ଫେରିଥିବା ଜଣାପଡିଛି।

- Advertisement -

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୪୩୩ ଜଣ କରୋନା ସଂକ୍ରମିତ  ଚିହ୍ନଟ ହୋଇଥିବା ବେଳେ ୨୭୦ ଜଣ ସୁସ୍ଥ ହୋଇଛନ୍ତି । ୬ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୫୬ ଜଣ ବିଭିନ୍ନ କୋଭିଡ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories