ନାଗାଲ୍ୟାଣ୍ଡ ସରକାରଙ୍କ କ୍ୟାବିନେଟରେ କୁକୁର ମାଂସ ଭକ୍ଷଣ ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତି ନେଇଛନ୍ତି।ମୁଖ୍ୟମନ୍ତ୍ରୀ ନେପିୟୁ ରିୟୋଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୁକୁର ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ସହ କୁକୁର ବିକ୍ରି ହେଉଥିବା ବଜାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି।
ନାଗାଲ୍ୟାଣ୍ଡର ମୁଖ୍ୟ ସଚିବ ତେମଜନ ଶୁକ୍ରବାର ଦିନ ଟ୍ୱିଟ କରି କହିଛନ୍ତି, ରାଜ୍ୟ ସରକାର କୁକୁରଙ୍କ ମାର୍କେଟ ଓ କୁକୁରଙ୍କ ବିକ୍ରି ଉପରେ ରୋକ ଲଗାଇଛନ୍ତି। ଏହା ପୂର୍ବରୁ ମିଜୋରାମରେ ମଧ୍ୟ କୁକୁର ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ।
ସୂଚନା ଯୋଗ୍ୟ, ନାଗାଲ୍ୟାଣ୍ଡ ଓ ମିଜୋରାମରେ ବହୁ ପୂର୍ବରୁ କୁକୁର ମାଂସ ବିକ୍ରି ହେଉଥିଲା। ମାତ୍ର ଫେଡ଼ରେଶନ ଅଫ ଇଣ୍ଡିଆ ଆନିମଲ ପ୍ରୋଟେକସନ ଅରଗାନାଇଜେସନ ନାଗାଲ୍ୟାଣ୍ଡ ସରକାରଙ୍କୁ ତତତ୍କାଳିନ ତଦନ୍ତ ପାଇଁ ଗୁରୁବାର ଦିନ ଦୃଷ୍ଟି ଆକର୍ଷଣ କରାଇଥିଲା। ଏହାପରେ ପୁଣି ଥରେ ଏହା ସାମ୍ନାକୁ ଆସିଲା।
କୁକୁର ମାଂସ ବିକ୍ରି ଓ ଭକ୍ଷଣ ଉପରେ ନାଗାଲ୍ୟାଣ୍ଡରେ ପ୍ରତିବନ୍ଧକ
Popular Categories



