www.samajalive.in
Tuesday, December 9, 2025
17.1 C
Bhubaneswar

୫ ରାଜ୍ୟର ୮ ଆକ୍ରାନ୍ତଙ୍କ ଦ୍ବାରା ସଂକ୍ରମିତ ହୋଇଛନ୍ତି ୧୯୧୭ ଜଣ, ଜାଣନ୍ତୁ କିପରି ବଢ଼ିଛି କରୋନା ଶୃଙ୍ଖଳ

ନୂଆଦିଲ୍ଲୀ: ଆମ ଦେଶରେ କରୋନା ଭୂତାଣୁକୁ ରୋକିବା ପାଇଁ ଲକଡାଉନ କରାଗଲା। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ସବୁ ପ୍ରକାର ପଦକ୍ଷେପ ନେଲେ। କିନ୍ତୁ ଭୂତାଣୁର ଶୃଙ୍ଖଳକୁ ଭଙ୍ଗାଯାଇ ପାରିଲା ନାହିଁ। ପଛରେ ପ୍ରମୁଖ କାରଣ ହେଉଛି ଅବହେଳା ଏବଂ ଦାୟିତ୍ଵହୀନତା। ଯେଉଁଥିପାଇଁ ଏହି ମହାମାରୀ ଭୂତାଣୁ ଜଣକଠାରୁ ଅନ୍ୟ ଜଣକୁ ବ୍ୟାପି ଚାଲିଛି। ଏହାମଧ୍ୟରେ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଦେଶର ୫ଟି ରାଜ୍ୟର ୮ ଜଣ ଆକ୍ରାନ୍ତଙ୍କ ଦ୍ବାରା ୧୯୧୭ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ୮ ଆକ୍ରାନ୍ତ ହେଉଛନ୍ତି ମଧ୍ୟପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର ଏବଂ ରାଜସ୍ଥାନର। ଏହମାନଙ୍କ ଦାୟତ୍ଵହୀନତା ଯୋଗୁ ହିଁ ପୁରା ରାଜ୍ୟରେ ଭୂତାଣୁ କାୟା ବିସ୍ତାର କରିଛି।

ସେହିପରି ଆଉ କେତେକ ଘଟଣା ଯୋଗୁ ପୂରା ଦେଶରେ କରୋନା ଭୂତାଣୁକୁ ବ୍ୟାପିବାରେ ସହଜ ହୋଇଛି। ସେଗୁଡ଼ିକ ଭିତରୁ ଗୋଟିଏ ହେଉଛି ଦିଲ୍ଲୀର ତବଲିଗୀ ଜମାତ। ନିଜାମୁଦ୍ଦିନ ଅଞ୍ଚଳରେ ଥିବା ଏହି ଜମାନରେ ହଜାର ହଜାର ଲୋକ ମାର୍ଚ୍ଚ ୧୩ରୁ ୧୫ ପର୍ଯ୍ୟନ୍ତ ସଭା ଆୟାଜନ କଲେ। ଏଥିରେ ଅନେକ ବିଦେଶୀ ନାଗରିକ ଯୋଗଦେଇଥିଲେ। ସଭା ସରିବା ପରେ ସେମାନେ ଦେଶର ବିଭିନ୍ନ ରାଜ୍ୟକୁ ଗଲେ। ଏହା ସହିତ ଭୂତାଣୁକୁ ବି ନିଜ ସାଥୀରେ ନେଇ ଗଲେ। ଏହି ଲୋକମାନେ ପ୍ରାୟ ୧୬୫୦ ଜଣଙ୍କୁ ସଂକ୍ରମିତ କରିଛନ୍ତି। ଏମାନେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ହସ୍ପିଟାଲକୁ ଯିବା ବଦଳରେ ବିଭିନ୍ନ ଜାଗାରେ ଲୁଚିଲେ ଏବଂ ସେଠାରେ ଭୂତାଣୁ ଦ୍ବାରା ଅନ୍ୟକୁ ସଂକ୍ରମିତ କଲେ।

- Advertisement -

ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବଙ୍କଠାରୁ ୩୨ ଜଣ ସଂକ୍ରମିତ ହେଲେ

ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ କରୋନାକୁ ରୋକିବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ଏଠାରେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କଠାରୁ ୩୨ ଜଣ ଲୋକ ସଂକ୍ରମିତ ହୋଇଉନ୍ତି। ପ୍ରମୁଖ ସଚିବ ପଲ୍ଲବୀ ଜୈନ ଗୋବିଲଙ୍କ ପୁଅ ଆମେରିକାରେ ରହୁଥିଲେ। ସେଠାରେ କରୋନା ବ୍ୟାପିବାରୁ ସେ ଘରକୁ ଚାଲିଆସିଲେ। କିନ୍ତୁ ପ୍ରମୁଖ ସଚିବ ଏହି ତଥ୍ୟ ଲୁଚାଇଲେ। ନିଜେ ସ୍ବାସ୍ଥ୍ୟ ବିଭାଗର ଜଣେ ପ୍ରଶାସନିକ ଅଧିକାରୀ ହୋଇଥିବା ସତ୍ବେ ପୁଅକୁ କ୍ବାରେଣ୍ଟାଇନରେ ରଖିଲେ ନାହିଁ। ବରଂ ନିଜେ ପୁଅ ସହିତ ମିଶିବା ସହ ବିଭିନ୍ନ ସରକାରୀ ବୈଠକରେ ଯୋଗଦେଲେ। ତାଙ୍କ ପୁଅଠାରେ ଯେତେବେଳେ କରୋନା ଲକ୍ଷଣ ଦେଖାଦେଲା ଏବଂ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଲା ସେତେବେଳକୁ ପ୍ରମୁଖ ସଚିବ ବି ସଂକ୍ରମିତ ହୋଇସାରିଥିଲେ। ତାଙ୍କ ସହିତ ମିଶିଥିବା ଅନେକ ଅଧିକାରୀ ବି ସଂକ୍ରମିତ ହେଲେ। ପ୍ରାୟ ୩୨ ଜଣ ତାଙ୍କଠାରୁ ସଂକ୍ରମିତ ହୋଇଛନ୍ତି।

ସେହିପରି ଅନ୍ୟ ଏକ ଘଟଣକ୍ରମରେ ମୁମ୍ବଇରେ ଜଣେ ୬୫ ବର୍ଷୀୟା ମହିଳା କର୍ପୋରେଟ ଅଫିସଗୁଡ଼ିକରେ ଟିଫିନ ଯୋଗାଣ କରିଥାନ୍ତି। ପରେ ମହିଳା ଜଣକ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କଠାରୁ ଟିଫିନ ଗ୍ରହଣ କରୁଥିବା ଲୋକଙ୍କୁ କ୍ବାରେଣ୍ଟାଇନ କରାଯାଇଥିଲା। ଉତ୍ତରପ୍ରଦେଶର ନୋଏଡାସ୍ଥିତ ଏକ କମ୍ପାନୀର ଅବହେଳା ଯୋଗୁ ସେଠାକାର ୪୧ କର୍ମଚାରୀ କରୋନା ଦ୍ବାରା ସଂକ୍ରମିତ ହୋଇଥିଲେ। କାରଣ ଯେତେବେଳେ କମ୍ପାନୀରେ ପ୍ରଥମେ ଜଣେ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା, ସେତେବେଳେ କମ୍ପାନୀ କର୍ତ୍ତୃପକ୍ଷ କମ୍ପାନୀକୁ ବନ୍ଦ ନ କରି ଚାଲୁ ରଖିଥିଲେ। ଫଳରେ ଏହା ଅନ୍ୟ ୪୧ ଜଣଙ୍କୁ ବ୍ୟାପିଯାଇଥିଲା।

ଓମାନରୁ ଫେରିଥିବା ବ୍ୟକ୍ତିଙ୍କଠାରୁ ୧୨୬ ସଂକ୍ରମିତ

ରାଜସ୍ଥାନର ଜୟପୁର ଅନ୍ତର୍ଗତ ରାମଗଞ୍ଜର ଜଣେ ବ୍ୟକ୍ତ ମାର୍ଚ୍ଚ ୧୭ରେ ଓମାନରୁ ଫେରିଥିଲେ। ଘରକୁ ଫେରିବା ପରେ ସେ କ୍ବାରେଣ୍ଟାଇନରେ ନ ରହି ଲୋକଙ୍କ ସହିତ ସେ ମିଳାମିଶା କଲେ। ଫଳରେ ତାଙ୍କ ପରିବାର ସମେତ ସେ ରହୁଥିବା କଲୋନୀର ୧୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା।

ବିଦେଶରୁ ଫେରିଥିବା ୨ ବ୍ୟକ୍ତିଙ୍କଠାରୁ ୩୬ ଆକ୍ରାନ୍ତ

ବିହାରରେ ୨ ଜଣ ଯୁବକ ମାସ୍କଟ ଏବଂ କାତାରରୁ ଫେରିବା ପରେ ସରକାରଙ୍କୁ ତଥ୍ୟ ଦେଲେ ନାହିଁ କି ନିଜେ ସତର୍କ ହୋଇ କ୍ବାରେଣ୍ଟାଇନରେ ରହିଲେ ନାହିଁ। ବରଂ ନିଜ ସାଙ୍ଗସାଥୀ ଓ ପାଖ ପଡ଼ିଶା ଲୋକଙ୍କ ସହିତ ମିଳାମିଶା କଲେ। ଫଳ​‌ରେ ଜଣଙ୍କଠାରୁ ୨୩ ଜଣଙ୍କୁ ଏବଂ ଅନ୍ୟ ଜଣଙ୍କଠାରୁ ୧୩ ଜଣଙ୍କୁ ଏହି ଭୂତାଣୁ ସଂକ୍ରମିତ ହେଲା।

ବିବାହ ଉତ୍ସବରୁ ୧୬ ଜଣଙ୍କୁ ବ୍ୟାପିଲା କରୋନା

ଉତ୍ତରପ୍ରଦେଶର ବୁଲନ୍ଦସହର ନିବାସୀ ଜଣେ ୫୦ ବର୍ଷୀୟ ବ୍ୟକ୍ତି ମହାରାଷ୍ଟ୍ରରେ ରହୁଥିଲେ। ସେ ମୀରଟ ସହରରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ। କିନ୍ତୁ ସେ ନିଜେ କରୋନା ଆକ୍ରାନ୍ତ ଥିବାରୁ ଉତ୍ସବରେ ତାଙ୍କ ସହିତ ମିଶିଥିବା ୧୬ ଜଣ ସଂକ୍ରମିତ ହୋଇଥିଲେ। ମାର୍ଚ୍ଚ ୨୭ ଏହି ୧୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଏହି ୧୬ ଜଣଙ୍କଠାରୁ ଆହୁରି ଅନେକ ଲୋକ ସଂକମ୍ରିତ ହୋଇସାରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories