www.samajalive.in
Saturday, December 6, 2025
16.1 C
Bhubaneswar

୧୮ ପ୍ରସ୍ତାବକୁ କ୍ୟାବିନେଟ ଦେଲା ମଞ୍ଜୁରୀ: ସଂଗ୍ରହ ହେବ ୪୮ ଲକ୍ଷ ଟନ୍ ଚାଉଳ

ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ୧୮ଟି ପ୍ରସ୍ତାବ ଉପରେ ମାରିଛି ମୋହର। ତେବେ ଏହାମଧ୍ୟରେ ଚଳିତ ବର୍ଷ (୨୦୨୦-୨୧ ବର୍ଷ)ରେ ୪୮ ଲକ୍ଷ ଟନ୍ ଚାଉଳ ସଂଗ୍ରହ, ପୁରୀ ସହରର ବିକାଶ ଲାଗି ୪୬୧ କୋଟି ଟଙ୍କାର ପ୍ରସ୍ତାବ ଓ ଗ୍ରୀଡ଼କୋ ନିମନ୍ତେ ୨୬୦୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ମଞ୍ଜୁର କରିବା ତିନିଟି ପ୍ରମୁଖ ପ୍ରସଙ୍ଗ ବୋଲି ସୂଚନା ମିଳିଛି ।

୨୦୨୦-୨୧ ବର୍ଷ ଖରିଫ ଧାନ ସଂଗ୍ରହ ନୀତିକୁ କ୍ୟାବିନେଟ ଅନୁମୋଦନ କରିଛି । ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମଞ୍ଜୁରୀ ଦିଆଯାଇଛି । ୨୦୨୦-୨୧ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀମନ୍ଦିର ଓ ପୁରୀ ସହରର ବିକାଶ ଲାଗି ୪୬୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜଗନ୍ନାଥ ବଲ୍ଲଭ ଯାତ୍ରୀ ନିବାସ, ମାର୍କେଟ କଂପ୍ଲେକ୍ସ ଓ ଶ୍ରୀ ସେତୁ ପାଇଁ ବ୍ୟୟ ବରାଦ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories