ତିହିଡି: ଭଦ୍ରକ ଜିଲା ତିହିଡି ବ୍ଲକ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତର ନୂଆଶାସନ ଗାଁରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ୬ଟି ପରିବାରର ୧୮ ବଖରା ଘର ଜଳିଯାଇଛି। ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଲୋକେ ଜୀବନ ବିକଳରେ ଘରୁ ବାହାରକୁ ଚାଲିଆସିଥିଲେ। କୌଣସି ଆସବାବପତ୍ର ବାହାର କରିପାରି ନ ଥିଲେ। ଫଳରେ ଘର ସମେତ ସବୁ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
Popular Categories



