www.samajalive.in
Saturday, December 6, 2025
17.1 C
Bhubaneswar

‘କେମିତି ବି ହେଉ ଆମକୁ ଉଦ୍ଧାର କର’: ମୋଦୀଙ୍କୁ ଗୁହାରି କଲେ ଜାପାନରେ ଫଶିଥିବା ୧୬୮ ଭାରତୀୟ

ନୂଆଦିଲ୍ଲୀ: ‘କରୋନା’ ଭୂତାଣୁ ଯୋଗୁ ଜାପାନ ସମୁଦ୍ର ତଟରେ କିଛିଦିନ ଧରି ଅଟକ ଥିବା ଏକ ଜାହାଜରେ ୧୬୮ ଭାରତୀୟ ଫଶି ରହିଛନ୍ତି। ସେମାନଙ୍କ ଜୀବନ ବିପଦରେ ରହିଛି। କାରଣ ଜାହାଜରେ ୩୬୦୦ ଲୋକ ଥିବାବେ​‌ଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୩୭ ଜଣ ‘କରୋନା’ ଦ୍ବାରା ଆକ୍ରାନ୍ତ ଥିବା ଜଣାପଡ଼ିଛି।

ଜାପାନ ତଟରେ ଲାଗିଥିବା ଡାଏମଣ୍ଡ ପ୍ରିସେଜକୁ ଜାପାନ ସରକାର ଅଟକ ରଖିଛନ୍ତି। ଜାହାଜରେ ଥିବା ଲୋକଙ୍କୁ ଦେଶ​‌ରେ ପ୍ରବେଶ ଲାଗି ଅନୁମତି ଦେଉନାହାନ୍ତି। ଜାହାଜରେ ‘କରୋନା’ ଆକ୍ରାନ୍ତ ଥିବାରୁ ଜାପାନ ସରକାର ଏହି ପଦକ୍ଷେପ ନେଇଛନ୍ତି। ସେପଟେ ୩୬୦୦ ନାଗରିକଙ୍କ ମଧ୍ୟରୁ ୧୬୦ ଭାରତୀୟ ଜାହାଜର କ୍ରୁ ସଦସ୍ୟ ଅଛନ୍ତି। ଅନ୍ୟ ୮ ଭାରତୀୟ ଯାତ୍ରୀ ରହିଛନ୍ତି। ଜାହାଜ ଭିତରେ ‘କରୋନା’ ଆକ୍ରାନ୍ତ ଥିବାରୁ ଅନ୍ୟମାନଙ୍କୁ ଏହା ବ୍ୟପିବା ଆଶଙ୍କା ରହିଛି। ତେଣୁ ଜାହାଜରେ ଥିବା ଭାରତୀୟମାନେ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁହାରି କରିଛନ୍ତି। ଜାହାଜ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣେ ରୋଷେୟା ବିନୟ କୁମାର ସରକାର ଏକ ଭିଡିଓ ଜରିଆରେ ମୋଦୀ ଏବଂ ଜାତିସଂଘର ସହାୟତା ଲୋଡ଼ିଛନ୍ତି। ଏକ ଭିଡିଓରେ ସେ ମୋଦୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଜାହାଜରେ ଥିବା ଭାରତୀୟମାନଙ୍କୁ ଅନ୍ୟ ଲୋକଙ୍କଠାରୁ ଅଲଗା କରାଯାଉ। ଯେକୌଣସି ଉପାୟରେ ହେଉ ଆମଙ୍କୁ ତୁରନ୍ତ ଉଦ୍ଧାର କରନ୍ତୁ ଏବଂ ଜୀବନ ରକ୍ଷା କରନ୍ତୁ। ମୁଁ ମୋଦୀଙ୍କୁ ଅନୁରୋଧ କରୁଛି ଯେ ଆମକୁ ସୁରକ୍ଷିତ ଭାବେ ଘରକୁ ଫେରାଇ ନିଅନ୍ତୁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories