www.samajalive.in
Saturday, December 6, 2025
16.1 C
Bhubaneswar

କ୍ରିକେଟରେ ୧୫ ବର୍ଷ ପୂରଣ କଲେ କ୍ୟାପଟେନ୍ କୁଲ୍ ଧୋନୀ

ଭୁବନେଶ୍ବର: କ୍ରିକେଟ କ୍ୟାରିୟରରେ ୧୫ ବର୍ଷ ପୂରଣ କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। କ୍ୟାପଟେନ୍ କୁଲ୍ ଭାବେ ପରିଚିତ  ଧୋନୀ ୨୦୦୪ ମସିହା ଆଜିର ଦିନରେ ଅର୍ଥାତ ୨୩ ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଦିନିକିଆରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ମ୍ୟାଚରେ ଭାଗ୍ୟ ଧୋନୀଙ୍କୁ ପକ୍ଷରେ ଯାଇନଥିଲା। ଏହି ମ୍ୟାଚରେ ଖାତା ନଖୋଲି ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ ଧୋନୀ। ବର୍ତ୍ତମାନ ସୁଦ୍ଧା ଧୋନୀ ୩୫୦ ଟି ଦିନିକିଆ ଖେଳି୧୦,୭୭୩ ରନ କରିଛନ୍ତି। ଏଥିରେ ୧୦ ଟି ଶତକ ଏବଂ ୭୩ ଟି ଅର୍ଦ୍ଧଶତକ ସାମିଲ ରହିଛି। ଦିନିକିଆରେ ୧୮୩ ରନ ହେଉଛି ମାହିଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର।

pic courtesy-twitter

ବିଶ୍ବର ଶ୍ରେଷ୍ଠ ଫିନିସର ଭାବେ ପରିଚିତ ଧୋନୀ ୨୦୦୫ ମସିହା ଡିସେମ୍ବର ମାସରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ୯୦ଟି ଟେଷ୍ଟ ମ୍ୟାଚ ଖେଳିଥିବା ଧୋନୀ ୪୮୭୬ ରନ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଦ୍ବିଶତକ , ୬ଟି ଶତକ ଏବଂ ୩୩ଟି ଅର୍ଦ୍ଧଶତକ ସାମିଲ ରହିଛି। ଟେଷ୍ଟ କ୍ରିକେଟରୁ ଧୋନୀ ଅବସର ନେଇ ସାରିଛନ୍ତି। ଶେଷ ଟେଷ୍ଟ ମ୍ୟାଚ ୨୦୧୪ ଡିସେମ୍ବର ୨୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ଧୋନୀ।

- Advertisement -
pic courtesy-twitter

ଷ୍ଟମ୍ପ ପଛରେ ନିଜର ବିଜକ୍ଷଣ ବୁଦ୍ଧିଯୋଗୁ ବିପକ୍ଷ ଦଳକୁ ଅଡୁଆରେ ପକାଉଥିବା କ୍ୟାପଟେନ କୁଲ ଧୋନୀ ୨୦୦୬ ଡିସେମ୍ବର ୧ ସାଉଥ୍ ଆଫ୍ରିକା ବିପକ୍ଷରେ  ଟି-୨୦ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସୁଦ୍ଧା ଧୋନୀ ୯୮ ଟି-୨୦ ଖେଳି ୧୨୮୨ ରନ କରିଛନ୍ତି । ଏଥିରେ ୨ ଟି ଅର୍ଦ୍ଧଶତକ ସାମିଲ ରହିଛି। ୨୦୧୯ ବିଶ୍ବକପ ପରଠୁ କ୍ରିକେଟରୁ ଦୁରେଇ ଅଛନ୍ତି ମାହି। ମାହି ଯଥାଶିଘ୍ର କ୍ରିକେଟକୁ ଫେରବା ନେଇ ଆଶାବାଦୀ ଅଛନ୍ତି ପ୍ରଶଂସକ। ଭାରତୀୟ କ୍ୟାପଟେନ ଭାବେ ଧୋନୀ ୨୦୦୭ରେ ଟି-୨୦ ବିଶ୍ବକପ ଏବଂ ୨୦୧୧ରେ ଦିନିକିଆ ବିଶ୍ବକପରେ ଭାରତକୁ ବିଜୟୀ କରିଛନ୍ତି।

pic courtesy-twitter

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories