୫୩ ଦିନରେ ରାଜ୍ୟରେ ୩୮୮.୬% ବର୍ଷା, ସ୍ୱାଭାବିକ ତୁଳନାରେ ୧୫% କମ୍

ଡେସ୍କ: ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୩୮୮.୬ ପ୍ରତିଶତ ବର୍ଷା ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାମିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ ୧ରୁ ଆଜି ସୁଦ୍ଧା ସ୍ୱାଭାବିକ୍ ବର୍ଷା ତୁଳନାରେ ୧୫ ପ୍ରତିଶତ କମ୍ ବର୍ଷ ହୋଇଛି। ଏହି ସମୟ ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୮୫୯.୧ ମି.ମି. ବର୍ଷା ହୋଇଥିବା ଜଣାପଡିଛି। କୋରାପୁଟରେ ୫୭୮.୪ ମି.ମି. ବର୍ଷା ହୋଇଛି। ୧୩ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
Comments are closed.