www.samajalive.in
Wednesday, December 10, 2025
23.1 C
Bhubaneswar

ମାସକରେ ୧୫ ଲକ୍ଷ ବେରୋଜଗାର

ନୂଆଦିଲ୍ଲୀ: ଚଳିତ ବର୍ଷ କେବଳ ଅଗଷ୍ଟ ମାସରେ ୧୫ ଲକ୍ଷ ଜନସାଧାରଣ ନିଯୁକ୍ତି ସୁଯୋଗ ହରାଇ ବେରୋଜଗାର ହୋଇଥିବା ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‌ ‌ଇକାନୋମି’ (ସିଏମ୍‌ଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ଜୁଲାଇରେ ବେରୋଜଗାର ହାର ୬.୯୬ ପ୍ରତିଶତ ଥିବାବେଳେ ଅଗଷ୍ଟରେ ଏହା ବୃଦ୍ଧି ପାଇ ୮.୩୨ ପ୍ରତିଶତରେ ପହଞ୍ଚି ଥିବା ସିଏମ୍‌ଆଇଇ ପ୍ରକାଶ କରିଛି।

ଜୁଲାଇରୁ ଅଗଷ୍ଟ; ଏକ ମାସ ମଧ୍ୟରେ ଦେଶର ପ୍ରାୟ ୪୦ ଲକ୍ଷ ଲୋକ ନିଯୁକ୍ତି ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଆବେଦନ କରିଥିଲେ। କରୋନା ମହାମାରୀ ଯୋଗୁଁ ଅଧିକାଂଶ ଲୋକ ନିଯୁକ୍ତି ପାଇଁ ସହର ଆସୁଛନ୍ତି। ଜୁଲାଇରେ ସହରାଞ୍ଚଳ ବେରୋଜଗାର ହାର ୮.୩ ପ୍ରତିଶତ ଥିଲା। ଅଗଷ୍ଟରେ ଏହା ବୃଦ୍ଧି ପାଇ ୯.୭୮ ପ୍ରତିଶତରେ ପହଞ୍ଚିଛି। ଦେଶରେ କରୋନାର ଦ୍ବିତୀୟ ଲହର ଆସିବା ପୂର୍ବରୁ; ଅର୍ଥାତ୍‌ ମାର୍ଚ୍ଚରେ ସହର ବେରୋଜଗାର ହାର ୭.୨୭ ପ୍ରତିଶତ ଥିଲା। ସେହିପରି ଜୁଲାଇରେ ଗ୍ରାମୀଣ ବେରୋଜଗାର ହାର ୬.୩୪ ପ୍ରତିଶତ ଥିବାବେଳେ ଅଗଷ୍ଟରେ ଏହା ୭.୬୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଖରିଫ୍‌ ଋତୁୁରେ ଆଶା ଅନୁଯାୟୀ ବର୍ଷା ନହେବାରୁ ଗ୍ରାମାଞ୍ଚଳର ଜନସାଧାରଣ ଚାଷ ଛାଡ଼ି ନୂତନ ନିଯୁକ୍ତି ଉଦ୍ଦେଶ୍ୟରେ ସହରାଭିମୁଖୀ ହୋଇଛନ୍ତି। ଏଥିପାଇଁ ସହରରେ ବେରୋଜଗାରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସିଏମ୍‌ଆଇଇ ମୁଖ୍ୟ ପ୍ରଭାକର ସିଂହ କହିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories