ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫ ରୁ ୧୮ବର୍ଷର କିଶୋର ଓ କିଶୋରୀମାନଙ୍କୁ କରୋନା ଟିକାଦାନ
ପ୍ରଥମ ଦିନରେ ନେଲେ ୧୮୧ଜଣ ଟିକା
![](https://samajalive.in/wp-content/uploads/2022/01/Berhampur-CHC-re-Corona-Vaccination-1-650x430.jpg)
ଗୁରୁଡିଝାଟିଆ : ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ୧୫ ରୁ ୧୮ ବର୍ଷର କିଶୋର କିଶୋରୀମାନଙ୍କୁ ୧ମ ପାନ କୋରୋନା ଟିକା ପ୍ରଦାନ କରାଯାଇଛି।୧୮୧ଜଣ ଆଜି ନେଇଛନ୍ତ କରୋନା ଟିକା । ଟିକା ନେବା ପାଇଁ ମନ ଭିତରେ ଅଶେଷ ଉତ୍ସାହ ସେମାନଙ୍କ ରହିଥିଲା । ସରକାର ଏଭଳି ପଦକ୍ଷେପ ନେଇଥିବାରୁ ମଧ୍ୟ ଟିକା ନେବା ପାଇଁ ଆସିଥିବା କିଶୋରୀ କହିବା ସହ ସରକାରଙ୍କ ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଆନୁଷ୍ଠାନିକ ଭାବରେ ପ୍ରଥମ କରି ସରକାରଙ୍କ ନିର୍ଦ୍ଦେଶ ମୁତାବକ ୧୫ ରୁ ୧୮ବର୍ଷ ବୟସ୍କ କିଶୋର କିଶୋରୀମାନେ ନେଉଥିବା ଟିକାକେନ୍ଦ୍ରକୁ ଉଦଘାଟନ କରି ଉପସ୍ଥିତ ସ୍ୱାସ୍ଥ୍ୟକର୍ମଚାରୀ ଓ ଟିକା ନେବା ପାଇଁ ଆସିଥିବା ହିତାଧିକାରୀମାନଙ୍କୁ କରୋନା ସଚେତନତାର ବାର୍ତ୍ତା ବାଣ୍ଟିବା ସଂଗେ ସଂଗେ ଟିକା ନେଉଥିବା କିଶୋର କିଶୋରୀମାନଙ୍କୁ ବିଶ୍ରାମ କକ୍ଷରେ ଅଧଘଣ୍ଟା ରହିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ଅନ୍ୟ ସାଙ୍ଗସାଥିଙ୍କୁ ଟିକା ନେବା ପାଇଁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁ ରୋଗ ବିଷେଶଜ୍ଞ ଡାକ୍ତର ସ୍ୱାଗତ ଦାସ, ଆୟୁଷ ଡାକ୍ତର ଦୀପକରାଜ, ଡାକ୍ତର ଦେବୀ ପ୍ରସାଦ ଗିରି, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଚିଲିକା ସ୍ୱାଇଁ , କୋଭିଡ ପରିଚାଳନା ଟିମ ସଦସ୍ୟ ସତ୍ୟ ପ୍ରକାଶ ସାହୁ,ସୋନଲି ପ୍ରିୟଦର୍ଶିନୀ ସ୍ୱାଇଁ, ସସ୍ମୀତା ମହାପାତ୍ର, ତୃପ୍ତିସ୍ମା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ।
Comments are closed.