www.samajalive.in
Saturday, December 6, 2025
15.1 C
Bhubaneswar

ଦେଶରେ ୧୪,୩୦୬ ନୂଆ ଆକ୍ରାନ୍ତ, ୪୪୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ରବିବାର ଦିନକ ମଧ୍ୟରେ ୧୪,୩୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୪୪୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । କେବଳ କେରଳରେ ଗୋଟିଏ ଦିନରେ ୮୫୩୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ସେହି ରାଜ୍ୟରେ ଗୋଟିଏ ଦିନରେ ୭୧ ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ଦିନକ ମଧ୍ୟରେ ୧୮,୭୬୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୩,୩୫,୬୭,୩୬୭ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ଦେଶରେ ୧,୬୭,୬୯୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଦୈନିକ ସଂକ୍ରମଣ ହାର ୧.୪୩% ଓ ସାପ୍ତାହିକ ହାର ୧.୨୪% ରହିଛି । ଅନ୍ୟପକ୍ଷରେ କରୋନାରୁ ଆରୋଗ୍ୟ ହାର ୯୮.୧୮% ହୋଇଥିବା ଜଣାଯାଇଛି । ରବିବାର ସଂଧ୍ୟା ସୁଦ୍ଧା ୬୦.୦୭ କୋଟି ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ମଧ୍ୟରେ ମୋଟ ୧୦୨.୨୭ କୋଟି ପାନ ଟିକା ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories