www.samajalive.in
Friday, December 5, 2025
20.1 C
Bhubaneswar

ରାଜ୍ୟରେ ମାଡିଚାଲିଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ନୂଆ ୧୩୭୪ ସଂକ୍ରମିତ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଛି। ସମଗ୍ର ଦେଶ ଓ ରାଜ୍ୟରେ ମାଡିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ନୂଆ ୧୩୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲାରେ ସର୍ବାଧିକ ୩୫୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଦ୍ଧାରେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ଜିଲାରେ ୧୯୩ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ନୂଆପଡାରେ ୧୩୫ ଜଣ ସଂକ୍ରମିତ ହୋଇଛନ୍ତି।
ସେହିଭଳି ସମ୍ବଲପୁରରୁ ୭୭, ବରଗଡରୁ ୫୯, ଝାରସୁଗୁଡାରୁ ୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ଜିଲାରେ ମଧ୍ୟ କ୍ରମାଗତ ଭାବେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ୫୦ ଉପରେ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକରୁ ୫୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲାରେ ୪୪, ଅନୁଗୁଳରେ ୩୩, ଭଦ୍ରକରେ ୩୦ ଜଣ ନୂଆ ସଂକ୍ରମିତଙ୍କୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୮,୧୮୨କୁ ବୃଦ୍ଧିପାଇଛି। ଇତିମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩,୩୯,୨୦୦ ଜଣ ସୁସ୍ଥ ହୋଇସାରିଛନ୍ତି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୦୦୩ ରହିଥିବା କୁହାଯାଇଛି। ଚିହ୍ନଟ ହୋଇଥିବା ନୂଆ ୧୩୭୪ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‍ରୁ ୮୧୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୫୬୨ ଜଣ ରହିଛନ୍ତି।
ରାଜ୍ୟରେ ଅନ୍ୟାନ୍ୟ ଜିଲାରୁ ମିଳିଥିବା ଖବର ଅନୁଯାୟୀ ମୟୁରଭଞ୍ଜରେ ୨୬ ଜଣ, ଯାଜପୁରରେ ୨୫ ଜଣ, କେନ୍ଦୁଝରରେ ୨୪ ଜଣ ନୂଆ ସଂକ୍ରମିତଙ୍କୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇଛି। ରାୟଗଡାରେ ୪୭, କଳାହାଣ୍ଡିରେ ୪୫ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଷ୍ଟେଟପୁଲ୍‍ରୁ ୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
କରୋନାର ଦ୍ରୁତ ସଂକ୍ରମଣ ଉଭୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories