(୧) ଆଜିଠୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା… ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି… ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
(୨) ଆଜି ବି ଦେଶରେ ୫ହଜାର ଉପରେ ଦୈନିକ କେରାନା ଆକ୍ରାନ୍ତ ଚିହ୍ନଟ… ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୫,୫୫୪ଜଣ ସଂକ୍ରମିତ… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ଆଉ ୬,୩୩୨ ଜଣ… ଦେଶରେ ମୋଟ୍ କରୋନା ସକ୍ରିୟ ମାମଲା ରହିଛି ୪୮,୮୫୦ ….
(୩) ରାଜ୍ୟରେ ଆଉ ୨୬୯ କରୋନା ଆକ୍ରାନ୍ତ ଚିହ୍ନଟ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୯ଜଣ ପଜିଟିଭ୍… ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ ହେଲେ ୬୬ଜଣ… ରାଜ୍ୟରେ ମୋଟ୍ ସକ୍ରିୟ କରୋନା ମାମଲା ୧୭୫୮ ରହିଛି…
ରାଜଧାନୀରେ ତ୍ରିରଙ୍ଗାକୁ ଅସମ୍ମାନ : ଦେଖନ୍ତୁ ଭିଡିଓ
(୪) ବିଷ ପିଇଦେଲେ ଆଇଟିଆଇ ଛାତ୍ର… ଭଦ୍ରକ ଜିଲ୍ଲା ତିହିଡ଼ି ନନ୍ଦପୁରର ଜଣେ ଛାତ୍ର ବିଷପାନ କରିଥିବା ଅଭିଯୋଗ… ଗୁରୁତର ଛାତ୍ରଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି… ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ….
(୫) ରାଜଧାନୀରେ ପୁଣି ହତ୍ୟାକାଣ୍ଡ… ୟୁନିଟ୍ ୮ର ବସ୍ତି ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ… କ୍ୟାପିଟାଲ ଡାକ୍ତରଖାନାରେ ଡାକ୍ତର କଲେ ମୃତ ଘୋଷଣା… ହତ୍ୟାର କାରଣ ଅସ୍ପଷ୍ଟ… ଛାନଭିନ୍ କରୁଛି ପୁଲିସ…
(୬) ୨୦୨୪ ପାଇଁ ରଣନୀତି ପ୍ରସ୍ତୁତି କରୁଛି ବିଜେପି… ଓଡ଼ିଶାରେ ଏକାବେଳେ ୭ କେନ୍ଦ୍ରମନ୍ତ୍ରୀ… ଆଜି କେନ୍ଦ୍ରାପଡ଼ା ଯିବେ ନିଶଥ ପରମାଣିକ… ପୁରୀ ଯିବେ ଭୂପିନ୍ଦର ଯାଦବ… କଟକରେ ନିତ୍ୟାନନ୍ଦ ରାୟ ଏବଂ ଯାଜପୁରରେ ଅର୍ଜୁନ ମୁଣ୍ଡା ସାଙ୍ଗଠନିକ ସ୍ଥିତିର କରିବେ ସମୀକ୍ଷା…



