www.samajalive.in
Sunday, December 7, 2025
26.1 C
Bhubaneswar

ଓଡିଶାରେ ୧୯୫୬ ନିଶା ନିବାରଣ ଆଇନକୁ ଲାଗୁ ଦାବି

ଭୁବନେଶ୍ୱର : ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସଂଗଠନ ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜୀ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ସଂଗଠନର ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ କରିଛନ୍ତି। ଏହି ଅବସରରେ ସଂଗଠନ ପକ୍ଷରୁ ତାଙ୍କ ଦ୍ୱାରା ପାରିତ ୧୯୫୬ ଓଡିଶା ନିଶା ନିବାରଣ ଆଇନକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରାଯାଇଛି।
ଏହି ଅବସରରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି  ପଦ୍ମ ଚରଣ ନାୟକ କହିଛନ୍ତି ଯେ, ନବକୃଷ୍ଣ  ଚୌଧୁରୀ ରାଜନୀତି, ପଦ ପଦବୀ, ସାମନ୍ତବାଦୀ ବିରୋଧରେ ଏବଂ ଲୋକଙ୍କ ଅଧିକାର ପକ୍ଷରେ ସର୍ବଦା ଲଢୁଥିବା ଏକ ଅନନ୍ୟ ଜନନେତା ଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଇଁ ସେ ନେଇଥିବା ଅନେକ ନିର୍ଣ୍ଣୟ ଆଧୁନିକ ଓଡିଶା ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଓଡିଶାର ବିକାଶରେ ମଦ ଏକ ମୁଖ୍ୟ ବାଧକ ବୋଲି ସେ ବୁଝିଥିଲେ, ତେଣୁ ସେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ୧୯୫୬ ନିଶା ନିବାରଣ ଆଇନ ବିଧାନସଭାରେ ପାରିତ କରିଥିଲେ, ଯେବେକି ତାଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମାନେ ଏହାକୁ କାର୍ଯ୍ୟକାରୀ ନକରିବା ଅତି ଦୁର୍ଭାଗ୍ୟଜନକ ।  ଗତ ବିହାର ନିର୍ବାଚନରେ ନୀତିଶ କୁମାରଙ୍କ ଜିତିବା ପଛରେ ରାଜ୍ୟରେ ମଦ ବନ୍ଦ ଯୋଗୁଁ ତାଙ୍କ ସହ ଥିବ ଅଗଣିତ ମା’ ଓ ଭଉଣୀଙ୍କ ସମର୍ଥନ ରହିଛି। ତେବେ ଆଗାମୀ ଦିନରେ ବିହାର ଭଳି ଓଡିଶାର ଏହି ନୀରବ ମତଦାତା (ପ୍ରାୟ ଶତକଡା ୫୦ ଭୋଟର ମହିଳା ମତଦାତା) ନିଜର ସ୍ଥିତି ଜାହିର କରିବା ସହ ଶାସନକଳକୁ ମଦ ବନ୍ଦ କରିବାକୁ ବାଧ୍ୟ କରନ୍ତୁ। ଅନ୍ୟ ପକ୍ଷରେ ରାଜ୍ୟ ସରକାର ଜନ ସଧାରଣଙ୍କ ହିତକୁ ମନରେ ରଖି କୋଭିଡ ସମୟର ସଚେତନତା ବାର୍ତ୍ତା ଅନୁସାରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ପାରିତ ୧୯୫୬ ଓଡିଶା ନିଶା ନିବାରଣ ଆଇନକୁ ଦୃଢ ଦଣ୍ଡ ବିଧାନର ପ୍ରାବଧାନ ସହ ତୁରନ୍ତ ଲାଗୁ କରନ୍ତୁ ବୋଲି ଶ୍ରୀ ନାୟକ କହିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରହଲ୍ଲାଦ ସିଂହ, ବିଶିଷ୍ଟ ଗାନ୍ଧୀବାଦୀ ନେତା, ପ୍ରଫେସର ଡଃ ବିଶ୍ୱପ୍ରକାଶ, ମୋନା ପକ୍ଷରୁ ଅଦ୍ଵୈତ ପାତ୍ର, କାହ୍ନୁଚରଣ ବେହୁରା, ରମାକାନ୍ତ ମଣ୍ଡଳ, ଇନ୍ଦୁମତୀ ସାହୁ, ମଳୟ ତ୍ରିପାଠୀ, ଖଗେଶ୍ୱର ବଳ, ସୌମ୍ୟ ରଞ୍ଜନ ମହାନ୍ତି , ପ୍ରଭାତ ରାଉତରାୟ, ଅରୁଣ ସାମନ୍ତରାୟ, ମଦ ମୁକ୍ତି ମାତୃଶକ୍ତିରୁ  କବିତା ରାଣୀ ପରିଡା, ମଦ ମୁକ୍ତି ମହିଳା ବାହିନୀରୁ  ଅପର୍ଣ୍ଣା ନାୟକ, ବାସନ୍ତୀ ଆଚାର୍ଯ୍ୟ, କନକଲତା ଭଞ୍ଜ, ଯୋଗଗୁରୁ ଡଃ ବିଶ୍ୱ ରଞ୍ଜନ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories