www.samajalive.in
Saturday, December 6, 2025
16.1 C
Bhubaneswar

ଦିଲ୍ଲୀରେ ପହଞ୍ଚିଲେ ଜାପାନରେ ଫଶିଥିବା ୧୧୯ ଭାରତୀୟ ଓ ୫ ବିଦେଶୀ

ନୂଆଦିଲ୍ଲୀ: ଜାପାନ ସମୁଦ୍ର ତଟରେ ଡାଏମଣ୍ଡ ପ୍ରିନ୍‌ସେସ୍‌ ଜାହାଜରେ ଫଶିଥିବା ୧୧୯ ଭାରତୀୟ ସ୍ବଦେଶ ଫେରିଛନ୍ତି। ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନରେ ସେମାନଙ୍କୁ ଅଣାଯାଇଛି। ଏହା ବ୍ୟତୀତ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଏବଂ ପେରୁର ୫ ବିଦେଶୀ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଗୁରୁବାର ସକାଳେ ସମସ୍ତେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବାରୁ ଭାରତ ଜାପାନର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛି।

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ବିଟ୍‌ କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଡାଏମଣ୍ଡ ପ୍ରିନ୍‌ସେସ୍‌ ଜାହାଜରେ ଥିବା ୩୭୧୧ ଜଣଙ୍କ ମଧ୍ୟରୁ ଭାରତର ୧୩୮ ଜଣ ରହିଥିଲେ। ସେମାନଙ୍କ ମଧ୍ୟରେ ୧୩୨ ଜଣ ଜାହାଜର କର୍ମଚାରୀ ଥିଲେ। ଜାହାଜରେ କିଛି କରୋନା ଭୂତାଣୁ ଆକ୍ରାନ୍ତ ଥିବାରୁ ଜାପାନ ସରକାର ଲୋକମାନଙ୍କୁ ନିଜ ଦେଶରେ ପ୍ରବେଶ ଅନୁମତି ଦେଇ ନ ଥିଲେ। ଫଳରେ ଗତ ଫେବୃୟାରୀ ୫ ତାରିଖରୁ ଜାହାଜଟି ସମୁଦ୍ର ତଟରେ ଅଟକି ରହିଛି। ବର୍ତ୍ତମାନ ୧୧୯ ଭାରତୀୟ ସ୍ବଦେଶ ଫେରିଥିବାବେଳେ ଅନ୍ୟ ୧୬ ଜଣ ଆକ୍ରାନ୍ତ ସେଠାରେ ଚିକିତ୍ସିତ ହେଉଛନ୍ତି। ଅବଶିଷ୍ଟ ଭାରତୀୟଙ୍କୁ ସେଠାରୁ ସ୍ବଦେଶ ଅଣାଯିବ ବୋଲି କୁହାଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories