www.samajalive.in
Friday, December 5, 2025
20.1 C
Bhubaneswar

୧୧୦ ଯୁଦ୍ଧ ବିମାନ କିଣିବ ଭାରତ: ଟେଣ୍ଡର ଦୌଡ଼ରେ ‘ଏଫ୍‍/ଏ-୧୮ଇ/ଏଫ୍‍ ସୁପର ହାର୍ଣ୍ଣେଟ’, ‘ଏଫ୍‍-୧୬’, ‘ରାଫେଲ’, ୟୁରୋଫାଇଟ ‘ଟାଇଫୁନ୍‍’, ସାବ୍‍ ‘ଗ୍ରିପେନ୍‍’, ୟୁଏସି ‘ମିଗ୍‍-୩୫’

ନୂଆଦିଲ୍ଲୀ : ରାଫେଲ୍‍ ବିମାନ କ୍ରୟକୁ ନେଇ ବିବାଦ ଲାଗି ରହିଥିବାବେଳେ ଭାରତ ଏହାର ସାମରିକ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ୧୧୦ଟି ଯୁଦ୍ଧ ବିମାନ କ୍ରୟ କରିବାକୁ ଯୋଜନା ଚଳାଇଛି। ଭାରତକୁ ଏହି ବିମାନ ଯୋଗାଇ ଦେବା ନିମନ୍ତେ ବିଶ୍ୱର ୬ଟି ପ୍ରମୁଖ କମ୍ପାନୀ ପ୍ରସ୍ତାବ ପଠାଇଛନ୍ତି। ସମ୍ପ୍ରତି ବାୟୁସେନା ଏହି ପ୍ରସ୍ତାବଗୁଡିକୁ ଯାଞ୍ଚ କରୁଛି। ଖୁବ୍‍ଶୀଘ୍ର ବାୟୁସେନା ପକ୍ଷରୁ ବିମାନ କ୍ରୟ ନେଇ ଟେଣ୍ଡର ଆହ୍ୱାନ କରାଯିବ। ବାୟୁସେନା ସୂତ୍ରରୁ ମିଳିଥିବା ସୂଚନାକୁ ଭିତ୍ତି କରି ପ୍ରମୁଖ ଖବରକାଗଜ ‘ଦି ହିନ୍ଦୁ’ ଏ ସମ୍ବନ୍ଧରେ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିଅନୁସାରେ ବିଶ୍ୱର ପ୍ରମୁଖ ଯୁଦ୍ଧବିମାନ ନିର୍ମାଣକାରୀ କମ୍ପାନୀ ଆମେରିକାର ବୋଇଂ ଓ ଲକ୍‍ହିଡ୍‍ ମାର୍ଟିନ୍‍, ଫ୍ରାନ୍ସର ଡାସଲ୍ଟ ଆଭିଏସନ୍‍, ସ୍ୱିଡେନ୍‍ର ସାବ, ରୁଷ୍‍ର ୟୁନାଇଟେଡ୍‍ ଏୟାରକ୍ରାଫ୍ଟ କର୍ପୋରେସନ୍‍ (ୟୁଏସି) ଏବଂ ୟୁରୋଫାଇଟର (ଇଂଲଣ୍ଡ, ଜର୍ମାନୀ, ଇଟାଲୀ ଓ ସ୍ପେନ୍‍ର ମିଳିତ ଉଦ୍ୟୋଗ) ଭାରତ ସହିତ ବହୁ କୋଟି ଟଙ୍କାର ଏହି ବିମାନ କାରବାର ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ବୋଇଂ ‘ଏଫ୍‍/ଏ-୧୮ଇ/ଏଫ୍‍ ସୁପର ହାର୍ଣ୍ଣେଟ’, ଲକ୍‍ହିଡ୍‍ ‘ଏଫ୍‍-୧୬’, ଡାସଲ୍ଟ ‘ରାଫେଲ’, ୟୁରୋଫାଇଟ ‘ଟାଇଫୁନ୍‍’, ସାବ୍‍ ‘ଗ୍ରିପେନ୍‍’, ୟୁଏସି ‘ମିଗ୍‍-୩୫’ ଯୁଦ୍ଧ ବିମାନ ବିକ୍ରିର ପ୍ରସ୍ତାବ ଦେଇଛି। ଏହି ଯୁଦ୍ଧ ବିମାନଗୁଡିକର କ୍ଷମତା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବାୟୁସେନାର ଜଣେ ପ୍ରମୁଖ ଅଧିକାରୀ କହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories