www.samajalive.in
Friday, December 5, 2025
23.1 C
Bhubaneswar

ଘର ସମ୍ମୁଖରୁ ନାବାଳକ ନିଖୋଜ, ଅପହରଣ ସନ୍ଦେହ

ପିପିଲି: ଘର ସାମ୍ନାରୁ ଜଣେ ୧୧ ବର୍ଷର ନାବାଳକ ନିଖୋଜ ହେବା ଘଟଣା ପୁରୀ ଜିଲାରେ ଆଲୋଡନ ସୃଷ୍ଟି କରିଛି। ନାବାଳକଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି। ପୁରୀ ଜିଲା ଡେଲାଙ୍ଗ ଥାନା ସୂଜନପୁର ପଞ୍ଚାୟତ ଅନ୍ତର୍ଗତ ରତନପୁର ଗ୍ରାମରେ ଏହି ଘଟଣା ଘଟିଛି। ନାବାଳକ ନିଖୋଜ ହେବାକୁ ଇତିମଧ୍ୟରେ ୫ ଦିନ ବିତିଯାଇଥିବା ବେଳେ ତା’କୁ ଉଦ୍ଧାର କରିବାରେ ପୁଲିସ ଅଦ୍ୟାବଧି ସଫଳ ହୋଇପାରିନାହିଁ। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଦିଗକୁ ନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଶନିବାର ଦିନ ପୁରୀ ଏସ୍‍ପି ଭିନିତ୍‍ ଅଗ୍ରୱାଲ ନିଖୋଜ ନାବାଳକର ପରିବାରକୁ ଭେଟିଛନ୍ତି। ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ବେଳେ ନାବାଳକକୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା ଏସ୍‍ପି ସୂଚନା ଦେଇଛନ୍ତି ।

ରତନପୁର ଗ୍ରାମର ମାନସ କୁମାର ସାହୁଙ୍କ ୧୧ବର୍ଷୀୟ ପୁତ୍ର ଆଶୀର୍ବାଦ ଗତ ୧୫ ତାରିଖ ଅପରାହ୍ନରେ ଖେଳିବାକୁ ଯାଇ ସନ୍ଧ୍ୟା ୬ଟାରେ ଘରକୁ ଫେରିଥିଲା। ପୁଅକୁ ଖାଇବାକୁ ଡାକି ଆଶୀର୍ବାଦର ମା’ ଘରର ଉପର ମହଲାକୁ ଯାଇଥିଲେ। ମାତ୍ର ଅଳ୍ପ ସମୟ ପରେ ସେ ତଳକୁ ଆସି ପୁଅକୁ ଖୋଜିବାରେ ପୁଅକୁ ପାଇ ନ ଥିଲେ । ଘର ସାମ୍ନାରୁ ପୁଅ ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ ସାହିପଡିଶା, ସାଙ୍ଗସାଥୀଙ୍କ ଘର ସମେତ ସମଗ୍ର ଗ୍ରାମ ଓ ବନ୍ଧୁବାନ୍ଧବରେ ଖୋଜାଖୋଜି କରିଥିଲେ ମଧ୍ୟ ତାର କୌଣସି ପତ୍ତା ପାଇ ନ ଥିଲେ। ଏନେଇ ସେହି ରାତିରେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଡେଲାଙ୍ଗ ପୁଲିସ ଏକ ମାମଲା ରୁଜୁ କରିଥିଲା। ପୁରୀ ଏସ୍‍ପିଙ୍କ ନିର୍ଦ୍ଦେଶକ୍ରମେ ଇତିମଧ୍ୟରେ ଅତିରିକ୍ତ ଏସ୍‍ପି ବିଷ୍ଣୁପ୍ରସାଦ ପତି, ପିପିଲି ଏସ୍‍ଡିପିଓ ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନାଧିକାରୀ ଶ୍ୟାମଘନ ବାରିକ ପ୍ରମୁଖ ଘଟଣାର ଅନୁସନ୍ଧାନ ଜାରି ରଖିବା ସହ ଅଗ୍ନିଶମ ବାହିନୀ ସହାୟତାରେ ଗ୍ରାମରେ ଥିବା ପୋଖରୀ ଓ ଘର ନିକଟ ଲୁଣାନଦୀରେ ଏକାଧିକ ଥର ଖୋଜାଖୋଜି କରିଥିଲେ ମଧ୍ୟ ନାବାଳକର ସନ୍ଧାନ ମିଳିପାରିନାହିଁ। ସାଇଣ୍ଟିଫିକ୍‍ ଟିମ୍‍ ଓ ସନ୍ଧାନୀକୁକୁର ସହାୟତାରେ ପୁଲିସ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ତଦନ୍ତ ଚଳାଇଥିଲେ ମଧ୍ୟ କୌଣସି ସଫଳତା ପାଇ ନ ଥିବା ସୂଚନା ମିଳିଛି। ନାବାଳକକୁ ଉଦ୍ଧାର କରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍‌ ସମେତ ଏକାଧିକ ଟିମ୍‍ ଗଠନ କରାଯାଇ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରିରହିଛି । ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‍କୁ ନେଇ ପୁଲିସ ତଦନ୍ତ ଚଳାଇବା ସହ ବିଭିନ୍ନ ମୋବାଇଲ୍‍ର କଲ ରେକର୍ଡକୁ ନେଇ ଯାଞ୍ଚ ଚଳାଇଛି । ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନିଖୋଜ ନାବାଳକର ପୋଷ୍ଟର ଲାଗାଯାଇଛି ।  ତେବେ ଘର ସାମ୍ନାରୁ ଓ ଗାଁ ଦାଣ୍ଡରୁ ନାବାଳକ ନିଖୋଜ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏହା ଅପହରଣ ଘଟଣା ହୋଇଥାଇ ପାରେ ବୋଲି ସାଧାରଣରେ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି । ଶନିବାର ପୂର୍ବାହ୍ନରେ ପୁରୀ ଏସ୍‍ପି ନାବାଳକର ପରିବାରକୁ ଭେଟିଥିଲେ। ପୁଲିସର ଗୋଡ ଧରି ନିଜ ପୁଅକୁ ଖୋଜି ଆଣିବା ପାଇଁ ମା’ ନେହୁରା ହୋଇଥିଲେ। କାନ୍ଦି କାନ୍ଦି ପୁଲିସର ଗୋଡ ତଳେ ପଡିଯାଇଥିଲେ ନିଖୋଜ ନାବାଳକର ପରିବାର । ଶନିବାର ଦିନ ଡେଲାଙ୍ଗ ଅଗ୍ନିଶମ ବାହିନୀ ପୁଣିଥରେ ନିଖୋଜ ନାବାଳକର ଘର ନିକଟରେ ଥିବା ଲୁଣା ନଦୀରେ ଦୀର୍ଘ ସମୟ ଧରି ଖୋଜାଖୋଜି କରି ନିରାଶ ହୋଇଥିଲେ। ଏହି ଘଟଣାଟି ପୁଲିସର ନିଦ ହଜାଇ ଦେଇଛି। ଘଟଣାଦିନ ନାବାଳକ ଜଣକ ଯେଉଁ ପିଲାଙ୍କ ସହିତ କ୍ରିକେଟ୍‍ ଖେଳିଥିଲେ ସେମାନ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories