www.samajalive.in
Saturday, December 6, 2025
16.1 C
Bhubaneswar

ରାଜ୍ୟରୁ ଆଉ ୧୦୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଆଉ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚିହ୍ନଟ ହୋଇଥିବା ୧୦୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୧୦୮ ଜଣଙ୍କ ମଧ୍ୟରୁ ୯୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।


ମଙ୍ଗଳବାର ଚିହ୍ନଟ ହୋଇଥିବା ୧୦୮ ଜଣଙ୍କ ମଧ୍ୟରୁ ମାଲକାନଗିରିରୁ ସର୍ବାଧିକ ୨୧ ଜଣ ଆକ୍ରାନ୍ତ ରହିଥିବା ବେଳେ କେନ୍ଦୁଝର ଜିଲାରୁ ୫ ଜଣ, ଖୋର୍ଦ୍ଧା ଜିଲାରୁ ୭ ଜଣ, କେନ୍ଦ୍ରାପଡା ଜିଲାରୁ ୯ ଜଣ, ଅନୁଗୋଳ ଜିଲାରୁ ଜଣେ, ବାଲେଶ୍ବର ଜିଲାରୁ ୪ ଜଣ,ଜଗତସିଂହପୁର ଜିଲାରୁ ୯ ଜଣ, ଗଞ୍ଜାମ ଜିଲାରୁ ୮ ଜଣ, ପୁରୀ ଜିଲାରୁ ୧୫ ଜଣ, ଗଜପତି ଜିଲାରୁ ୭ ଜଣ, ସୁନ୍ଦରଗଡ ଜିଲାରୁ ୨ ଜଣ, କଳାହାଣ୍ଡି, ବରଗଡ, ବଲାଙ୍ଗୀର ଓ କଟକ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

- Advertisement -


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ଲକ୍ଷ ୫ ହଜାର ୫୦୧ ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୪୧୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୮୫୪ ଜଣ ସୁସ୍ଥ ହୋଇ ଘରୁକୁ ଫେରିଥିବା ବେଳେ ୧୧ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି ଏବଂ ୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ୧୨୯୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories